କରୋନାଭାଇରସ୍ ମହାମାରୀ ପାଇଁ ଆସାମର ଏଣ୍ଡି-ଟସର ଫେସ୍‌ ମାସ୍କ୍

Advertisment
କରୋନାଭାଇରସ୍ ମହାମାରୀ ପାଇଁ ଆସାମର ଏଣ୍ଡି-ଟସର ଫେସ୍‌ ମାସ୍କ୍

କରୋନାଭାଇରସ୍ ବ୍ୟାପିବା କାରଣରୁ ଏବେ ସମଗ୍ର ବିଶ୍ବରେ ଫେସ୍ ମାସ୍କ୍‌ ବା ମୁଖାବରଣକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରାଯାଉଛି। ଭାରତରେ ମଧ୍ୟ ଫେସ୍‌ ମାସ୍କ୍‌ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସ୍ବାସ୍ଥ୍ୟ ସେବାକାରୀଙ୍କ ଛଡ଼ା ସାଧାରଣ ଲୋକେ ଘରେ ସାଦା କପଡ଼ାରେ ତିଆରି ମୁଖାବରଣ ପରିଧାନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି। ଏହି ଦୃଷ୍ଟିରୁ ସମଗ୍ର ଦେଶରେ ଫେସ୍‌ ମାସ୍କ୍‌ର ଚାହିଦା ବଢ଼ିଛି।

ଏହକୁ ଦୃଷ୍ଟିରେ ରଖି ଆସାମର ଚେଗାଓଁ ଠାରେ ଥିବା ଏକ ଏଣ୍ଡି ଟସର ଶିଳ୍ପରେ ଟସର ବା ରେସମ କପଡ଼ାରେ ଫେସ୍‌ ମାସ୍କ୍ ତିଆରି ଆରମ୍ଭ ହୋଇଛି। ଆସାମରେ କୁହାଯାଏ – ‘‘ଟସର ହେଉଛି ଦହି ପରି ସ୍ବାସ୍ଥ୍ୟକର।’’ ଏହି କଥାକୁ ସ୍ମରଣ କରି ଉଦ୍ୟୋଗୀ ଦିଲୀପ ବରୁଆ ତାଙ୍କ କାରଖାନାରେ ଆରମ୍ଭ କରିଛନ୍ତି ଗବ ଏଣ୍ଡି ବା ଟସରରେ ତିଆରି ତିନି ପରସ୍ତିଆ ଫେସ୍ ମାସ୍କ୍।

publive-image Image Source: The Indian Express

ଗତ ଦୁଇ ବର୍ଷ ହେବ ବରୁଆ ନ୍ୟାସ୍‌ନାଲ୍‌ ହେଲ୍‌ଥ୍ ମିସନ୍‌ ଅନୁମତିରେ ନର୍ସ ୟୁନିଫର୍ମ ଓ ହସ୍ପିଟାଲ୍ ନିଲନ୍ ଆଦି ଉତ୍ପାଦନ କରୁଛନ୍ତି। ସେ କହିନ୍ତି, ଲକ୍‌ଡାଉନ୍ ପୂର୍ବରୁ, ମୁଁ ମେଡିକାଲ୍ ଟେକ୍‌ ଷ୍ଟାଇଲ୍ ପାଇଁ ଟସର ନମୁନା ପଠାଇଥିଲି। ବେଙ୍ଗାଲୁରୁର ଏକ ଲ୍ୟାବ୍ରଟରି ହ୍ବାଟସ୍ଆପ୍ ମାଧ୍ୟମରେ ତା’ର ଫଳାଫଳ ଆମ ପାଖକୁ ପଠାଇଲା। ସେମାନେ କହିଲେ ଏହା ଉପରେ ଆହୁରି ଅନେକ ଗବେଷଣା କରାଯିବ, କିନ୍ତୁ ଡାକ୍ତରୀ ବସ୍ତ୍ର ପାଇଁ ଟସର ଖୁବ୍ ଉତ୍ତମ ବୋଲି ଜଣାପଡୁଛି।

ବରୁଆ କହନ୍ତି, ଗବପତ୍ର ଖାଉଥିବା ଏଣ୍ଡିପୋକର ଖୋଷାରୁ ଟସର ସୂତା ବାହାର କରାଯାଏ। ଏଣ୍ଡିପୋକ ରାତ୍ରୀଚର ପ୍ରଜାପତି ପାଲଟିବା ଯାଏଁ ଏହି ଖୋଷା ମଧ୍ୟରେ ନିରାପଦରେ ଥାଏ। ପ୍ରଜାପତି ପାଲଟି ଯିବା ପରେ ଖୋଷାରେ ଥିବା ଦ୍ବାର ବାଟେ ତାହା ବାହାରକୁ ଉଡ଼ିଯାଏ। ତେଣୁ ଏଥିରେ ଜୀବ ହିଂସା ହେଉନି କି, ପରିବେଶକୁ ପ୍ରଭାବିତ କରାଯାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe