ଏହି କାରଣ ପାଇଁ ମାତ୍ର ୧୨ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷା ଦେବାର ସୁଯୋଗ ପାଇଲେ ମଣିପୁର ବାଳକ

ଏହି କାରଣ ପାଇଁ ମାତ୍ର ୧୨ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷା ଦେବାର ସୁଯୋଗ ପାଇଲେ ମଣିପୁର ବାଳକ

newindianexpress.com

ଗୌହାଟୀ: ମଣିପୁରରେ ଜଣେ ୧୨ବର୍ଷୀୟ ବାଳକକୁ ୧୦ମ ଶ୍ରେଣୀ ପରୀକ୍ଷା ଦେବାର ସୁଯୋଗ ମିଳିଛି। ଏହି ଖବର ସାମ୍ନାକୁ ଆସିବା ପରେ ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ତେବେ ବାଳକର ବୟସ କମ ହୋଇଥିଲେ ମଧ୍ୟ, ତାର ବୁଦ୍ଧିକୁ ଦେଖି ତାକୁ ଏଭଳି ସୁଯୋଗ ମିଳିଥିବା ଜଣାପଡ଼ିଛି। ଆଇଜାକ୍ ପାଲାଲୁଗମୁଆନ ବୈଫେଇ ୧୦ମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ମଣିପୁର ମାଧ୍ୟମିକ ଶିକ୍ଷା ପରିଷଦରେ ଆବେଦନ କରିଥିବା ବେଳେ ଆଇଜାକର ବୁଦ୍ଧିକୁ ଦେଖି ତାକୁ ପରୀକ୍ଷାରେ ବସିବାର ମଞ୍ଜୁରୀ ମିଳି ଯାଇଛି। ତେବେ ରାଜ୍ୟରେ ଆଇଜାକ  ପ୍ରଥମ ଥର ପାଇଁ ୧୨ବର୍ଷ ବୟସରେ ୧୦ମ ପରୀକ୍ଷା ଦେବାକୁ ଯାଉଥିବା ବେଳେ ସେ ଏକ ପ୍ରକାରର ରେକର୍ଡ କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ଦେଇଥିବା ବୟାନ ଅନୁଯାୟୀ, ଆବେଦନ ପତ୍ର ମିଳିବା ପରେ ଆମେ ପ୍ରଥମେ ଇମ୍ଫାଲରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ତାଙ୍କର ‌ମନୋବିଜ୍ଞାନର ପରୀକ୍ଷା କରାଇଥିଲୁ। ଯେଉଁ ପରୀକ୍ଷାରେ ସେ ପୂରା ନମ୍ବର ରଖି ସଫଳ ହୋଇଥିଲେ। ପରୀକ୍ଷାରେ ଆଇଜାକର ବୁଦ୍ଧି ଜଣେ ୧୭ବର୍ଷୀୟ ବାଳକର ସମକକ୍ଷ ଥିଲା। ଫଳରେ ତାଙ୍କୁ ପରୀକ୍ଷା ଦେବାର ଅନୁମତି ମିଳିଛି।

ଅନୁମତି ମିଳିବା ପରେ ଆଇଜାକ୍  କହିଛନ୍ତି କି, ମୁଁ ପରୀକ୍ଷାରେ ବସିବା ପାଇଁ ଦିନ ଗଣିବା ଆରମ୍ଭ କରିଛି। ମୁଁ ବିଶିଷ୍ଟ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନଙ୍କୁ ଅନୁସରଣ କରୁଥିବାରୁ ମୋ ନାଁ ଆଗରେ ଆଇଜାକ୍ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe