ବିଶ୍ବର ସବୁଠାରୁ ଦାମୀ ପରିବା; ଏହି କାରଣରୁ ତାହାର ଦାମ୍‌ ଅଧିକ

Advertisment
ବିଶ୍ବର ସବୁଠାରୁ ଦାମୀ ପରିବା; ଏହି କାରଣରୁ ତାହାର ଦାମ୍‌ ଅଧିକ

ନୂଆଦିଲ୍ଲୀ: ଆପଣ ଦୈନନ୍ଦିନ ଜୀବନରେ ପରିବା କିଲୋ ପିଛା କେତେ ଟଙ୍କା ଦେଇ କିଣୁଥିବେ! ୫୦, ୧୦୦, ୨୦୦ ନହେ‌ଲେ ଅତି ବେଶୀରେ ୫୦୦। ହେଲେ ଏମିତି ବି ଏକ ପରିବାର ଅଛି ଯାହାର ଦର କିଲୋ ପିଛା ୮୫,୦୦୦ ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଏହି ପରିବାର ନାମ ‘ହପ୍‌ସୁଟ୍‌ସ’। ଏହା ହେଉଛି ୟୁରୋପୀୟ ଦେଶରେ ମିଳୁଥିବା ଏକ ଅତ୍ୟନ୍ତ ଦାମୀ ପରିବା। ଏଥିରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାର ଦାମ ଖୁବ୍‌ ଅଧିକ। ଏହି ପରିବାର ଭାରତରେ ଚାଷ ହୁଏ ନାହିଁ। ମାତ୍ର ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ଯେ ଏହାକୁ ପ୍ରଥମ ଥର ପାଇଁ ହିମାଚଳପ୍ରଦେଶରେ ଚାଷ କରାଯାଇଛି।

ଏହାକୁ ଚ‌ାଷ କରିବା ଖୁବ୍‌ କଠିନ କାର୍ଯ୍ୟ ହୋଇଥିବାରୁ ଏହାର ଦର ଏପରି ଅଧିକ। ଏହାକୁ ଚାଷ କରିବାକୁ ପ୍ରାୟ ୩ ବର୍ଷ ସମୟ ଲାଗିଥାଏ। ଏହା ବିଭିନ୍ନ ପ୍ରକାରର ଫଳିଥାଏ। ସବୁ ପ୍ରକାରର ଗୁଣବତ୍ତା ଭିନ୍ନ। ଏହା କେବଳ ଯେ ଦାମୀ ତାହା ନୁହେଁ, ଏହା ସହଜରେ ବଜାରରେ ବି ଉପଲବ୍ଧ ହୋଇନଥାଏ। ଏହା ହେଉଛି ବିଶ୍ବର ସବୁଠାରୁ ଦାମୀ ପରିବା। ଏହା ଏତେ ଦାମୀ ଯେ ଏହି ଦରରେ ବାଇକ୍‌, ସୁନା କିମ୍ବା ହୀରାର ଅଳଙ୍କାର ବି ହୋଇପାରେ।

ଏହି ପରିବାଟି ମୁଖ୍ୟତଃ ୟୁରୋପ ଏବଂ ନର୍ଥ ଆମେରିକାରେ ଦେଖିବାକୁ ମିଳିଥାଏ। ଏହାର ଗଛ ପ୍ରାୟ ୬ ମିଟର୍‌ ପର୍ଯ୍ୟନ୍ତ ବଢ଼ିଥିବା ‌ବେଳେ ୨୦ ବର୍ଷ ପର୍ଯ୍ୟନ୍ତ  ବଞ୍ଚି ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe