ଆମାଜନ ଜଙ୍ଗଲରେ ୨୫ଦିନ ବିତାଇଲେ ଦୁଇ ଶିିଶୁ, ବର୍ଷା ପାଣି ଓ ଜଙ୍ଗଲରେ ଥିବା ଫଳ ବଞ୍ଚାଇଥିଲା ଜୀବନ

Advertisment
ଆମାଜନ ଜଙ୍ଗଲରେ ୨୫ଦିନ ବିତାଇଲେ ଦୁଇ ଶିିଶୁ, ବର୍ଷା ପାଣି ଓ ଜଙ୍ଗଲରେ ଥିବା ଫଳ ବଞ୍ଚାଇଥିଲା ଜୀବନ

ନୂଆଦିଲ୍ଲୀ: ଜଙ୍ଗଲରେ ୨୫ଦିନ ବିତାଇଲେ ଦୁଇ ଶିଶୁ। ଆମାଜନ ଭଳି ଜଙ୍ଗଲରେ ବଡ଼ ବଡ଼ ଲୋକ ଯିବାକୁ ଡରୁଥିବା ବେଳେ ୭ ଓ ୯ବର୍ଷର ଦୁଇ ଭାଇ ଜଙ୍ଗଲ ଭିତରକୁ ଯାଇ ସେଠାରେ ୨୫ଦିନ ରହିବା ସହ ଜୀବିତ ଫେରିଥିବା ଜଣାପଡ଼ିଛି। ତେବେ ଦୁହେଁ ଭୁଲବଶତଃ ଜଙ୍ଗଲକୁ ଚାଲିଯାଇଥିବା ବେଳେ ବର୍ଷା ପାଣି ପିଇ ଓ ଏବଂ ଜଙ୍ଗଲରେ ଥିବା ଫଳ ଖାଇ ଦୁହେଁ ଜୀବନ ବଞ୍ଚାଇଥିବା କହିଛନ୍ତି। ଦୁଇ ଶିଶୁ ବ୍ରାଜିଲର ହୋଇଥିବା ବେଳେ ଏବେ ଦୁହିଁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ନିଖୋଜ ହୋଇଥିବା ସ୍ଥାନରୁ ୩୫କିଲୋମିଟର ଦୂରରେ ଦୁଇ ଶିିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଭୋକିଲା ଥିବା ସହ ଶରୀରରୁ ଜଳୀୟ ଅଂଶ କମିଥିଲେ ବି ଦୁହେଁ ଜୀବିତ ଅଛନ୍ତି। କିଛି ଦିନର ଚିକିତ୍ସା ପରେ ଦୁହେଁ ସୁସ୍ଥ ହେ‌ାଇଯିବେ।

ସୂଚନା ମୁତାବକ, ଆଦିବାସୀ ମୁରା ଗୋଷ୍ଠୀର ଏହିି ଦୁଇ ଶିଶୁ ଫେବ୍ରୁଆରି ୧୮ରେ ପକ୍ଷୀ ଶିକାର ପାଇଁ ଆମାଜନ ଜଙ୍ଗଲକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ୨୫ଦିନ ପର୍ଯ୍ୟନ୍ତ ତାଙ୍କର ଖୋଜ ଖବର ମିଳିନଥିଲା। ୨୫ଦିନ ପର୍ଯ୍ୟନ୍ତ ଦୁହେଁ ବର୍ଷା ପାଣି, ହ୍ରଦ ପାଣି ପିଇ ଏବଂ ଜଙ୍ଗଲରେ ଥିବା ଫଳ ଖାଇ ଜୀବିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe