ଭାରତର ଲୋକପ୍ରିୟ ପାନୀୟ ଚା’କୁ ନେଇ ଏମ୍ବିଏ ଚା’ବାଲା ଓ ସ୍ନାତକଧାରୀ ଚା’ବାଲାଙ୍କ ବ୍ୟବସାୟ ବିସ୍ତାର କଥା ପାଠକେ ଜାଣିଥିବେ। ତେବେ ନିକଟରେ ମୁମ୍ବାଇ ସହରରେ ଦୁଇ ଜଣ ଉଦ୍ୟୋଗୀ ଯୁବକ ‘ଅଡି’ ବିଳାସମୟ କାର୍ରେ ବୁଲି ବୁଲି ଚା’ ବିକ୍ରି କରିବା ଘଟଣା ଚା’ପ୍ରେମୀମାନଙ୍କୁ ଅଭିଭୂତ କରିଦେଇଛି।
 Times Nowଏମାନେ ହେଉଛନ୍ତି ଅମିତ କାଶ୍ୟପ ଓ ମନୁ ଶର୍ମା। ମୁମ୍ବାଇର ଲୋଖଣ୍ଡଵାଲା ପରି ସମ୍ଭାନ୍ତ ବଜାରର ରାସ୍ତା କଡ଼ରେ ଏକ ଅଡି କାରରେ ଦୁହେଁ ଚା’ ବିକ୍ରି କରିବାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସେମାନଙ୍କର ଏପରି ଅଭିନବ ବ୍ୟବସାୟ ସମ୍ପର୍କିତ ଏକ ଭିଡିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହି ଯୁବକଦ୍ବୟ ରାତାରାତି ଏକ ଭିନ୍ନ ସ୍ବୀକୃତି ପାଇବା ସହ ସେମାନଙ୍କ ଉଦ୍ୟମିତାକୁ ନେଇ ମଜାଦାର ଟିପ୍ପଣୀ ସବୁ ଆସିବାରେ ଲାଗିଛି। ବେପାର ଯେତେ ବଡ଼ ବା ଛୋଟ ହେଉ ନା କାହିଁକି, ନିଜର କାର୍ଯ୍ୟ ପ୍ରତି ବେପାରୀର ଉତ୍ସର୍ଗ ମନୋଭାବ ଦିନେ ତାହାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଅନେକ କହିଛନ୍ତି।
  
 Follow Us