ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଘଟଣା ଓ କାହାଣୀ ପୋଷ୍ଟ ହୋଇଥାଏ। ନିକଟରେ ଜଣେ ବ୍ୟକ୍ତି ଅଡି କାରରେ ଚା’ ବିକୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଆଶିଷ ତ୍ରିବେଦୀ ୨୪ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ରାସ୍ତାପାର୍ଶ୍ବରେ ଏକ ଧଳାରଙ୍ଗର ଅଡି କାର ପଛରେ କିଛିଲୋକ ଛିଡା ହୋଇଛନ୍ତି। ଏହି ଅଡି କାରରେ ଚା’ ବିକ୍ରି କରାଯାଉଛି। ଆଉ ସାମ୍ନାରେ ଟେବୁଲ ବି ପଡ଼ିଛି।
ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଉକ୍ତ ବ୍ୟକ୍ତିଙ୍କ ନାମ ଅଡି ଚା’ବାଲା। ସେ ବୋଧ ହୁଏ ତାଙ୍କ ଇଏମଆଇ ଭରି ନାହାନ୍ତି। ସେଥିପାଇଁ ଅଡି କାରରେ ଚା’ ବିକ୍ରି କରୁଛନ୍ତି।
ଆଉ ଜଣେ ଲେଖିଛନ୍ତି, ‘ଉକ୍ତ ବ୍ୟକ୍ତି ଜଣକ ଚା’ ବିକ୍ରି କରି ଅଡି କିଣିଛନ୍ତି ନା, ଅଡି କିଣିବା ପରେ ଚା’ ବିକ୍ରି କରୁଛନ୍ତି।’
Follow Us