ଦେଖନ୍ତୁ କିପରି ମାତ୍ର ୩୦ମିନିଟରେ ସାଇକେଲ ଚଲାଇ ୩୩ମହଲାକୁ ଚଢ଼ିଯାଉଛନ୍ତି ଏହି ବ୍ୟକ୍ତି

Advertisment
ଦେଖନ୍ତୁ କିପରି ମାତ୍ର ୩୦ମିନିଟରେ ସାଇକେଲ ଚଲାଇ ୩୩ମହଲାକୁ ଚଢ଼ିଯାଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଫ୍ରାନ୍ସରେ ବସବାସ କରୁଥିବା ଜଣେ ବ୍ୟକ୍ତି ସାଇକେଲ ସହିତ ତାଙ୍କର ଏଭଳି ପ୍ରତିଭା ଦେଖାଉଛନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ମାଉଣ୍ଟେନ ବାଇକର ଏୟୁରେଲିଏନ ଫୋଣ୍ଟେନୋଇ ।

ଏୟୁରେଲିଏନ ନିକଟରେ ୧୪୦ମିଟର ଉଚ୍ଚ ବିଶିଷ୍ଟ କୋଠା ଉପରକୁ ସାଇକେଲ ଧରି ଚଢ଼ି ଯାଇଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ମାଉଣ୍ଟେନ ବାଇକର ଏୟୁରେଲିଏନ ଫୋଣ୍ଟେନୋଇ ପ୍ୟାରିସସ୍ଥିତ ଏକ ୩୩ ମହଲା କୋଠା ଅର୍ଥାତ ୧୪୦ମିଟର ଉଚ୍ଚକୁ ସାଇକେଲ ସାହାଯ୍ୟ ଚଢ଼ି ଯାଇଥିଲେ। ଏଭଳି ଏକ ଅସମ୍ଭବ କାମ କରିବାକୁ ତାଙ୍କୁ ମାତ୍ର ୩୦ମିନିଟର ସମୟ ଲାଗିଥିଲା। ତାଙ୍କୁ ୩୩ମହଲା ବିଶିଷ୍ଟ ଘରର ଛାତ ପର୍ଯ୍ୟନ୍ତ ପହଞ୍ଚିବାକୁ ୭୬୮ଶିଢ଼ି ଅତିକ୍ରମ କରିବାକୁ ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସେ ସାଇକେଲରେ ସାହାଯ୍ୟରେ ଶିଢ଼ି ଚଢ଼ୁଥିବା ବେଳେ ଥର ହେଲେ ବି ଗୋଡ଼ ତଳେ ଲଗାଇ ନଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ସେ ସାଇକେଲା ସହିତ ଅନେକ ଅଦ୍ଭୁତ ପ୍ରତିଭା ଦେଖାଇ ସାରିଛନ୍ତି। ଯାହକୁ ଦେଖିବାକୁ ଲୋକେ ବି ପସନ୍ଦ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe