ଭାରତରେ ଏହି ସହରରେ କୌଣସି ଧର୍ମ ନାହିଁ କି ସେଠାରେ କୌଣସି ସରକାରଙ୍କ ରାଜ୍‌ ଚାଲେ ନାହିଁ !

Advertisment
ଭାରତରେ ଏହି ସହରରେ କୌଣସି ଧର୍ମ ନାହିଁ କି ସେଠାରେ କୌଣସି ସରକାରଙ୍କ ରାଜ୍‌ ଚାଲେ ନାହିଁ !

ଅନେକ ସମୟରେ ଆମେ ବିଭିନ୍ନ ସ୍ଥାନର ଖାଦ୍ୟ-ପାନୀୟ, ଆଇନ କାନୁନ୍‌ ଓ ରୀତିନୀତି ଆଦି ବିଷୟରେ ଜାଣିବାକୁ ଇଚ୍ଛୁକ ହୋଇଥାଉ। ଭାରତର ପ୍ରତ୍ୟେକ ସ୍ଥାନରେ ସରକାରଙ୍କ ନିର୍ଦ୍ଦେଶ ଚାଲେ ଓ ନିଜ ଦେଶର ଆଇନ କାନୁନ୍‌ର ଶାସନ ଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏଭଳି ଏକ ନିଆରା ସହର ଅଛି, ଯେଉଁଠାରେ କୌଣସି ଧର୍ମ ନାହିଁ କି ସେଠାରେ କୌଣସି ସରକାରଙ୍କ ରାଜ୍‌ ଚାଲେ ନାହିଁ।

ଆପଣ ଏକଥା ଶୁଣି ଚମକି ପଡ଼ିପାରନ୍ତି। କିନ୍ତୁ ଏହା ଶତପ୍ରତିଶତ ସତ। ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ଏହି ସହରର ନାଆଁ ହେଲା ଅରୋଭିିଲ୍‌। ଏହା ତାମିଲନାଡୁର ରାଜଧାନୀ ଚେନ୍ନାଇଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଏହାକୁ ସୂର୍ଯ୍ୟୋଦୟ ନଗରୀ ବା ସିଟି ଅଫ୍‌ ଡନ୍‌ ବୋଲି କୁହାଯାଏ।

୧୯୬୮ ମସିହାରେ ଏହି ସହର ଅସ୍ତିତ୍ୱକୁ ଆସିଥିଲା। ଏହାକୁ ମୀରା ଅଲଫାସା ପ୍ରତିଷ୍ଠା କରିଥିଲେ ଓ ଏହାର ରୂପରେଖ ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ବସ୍ତୁଶିଳ୍ପୀ ରୋଜର ଏଙ୍ଗର୍‌।

publive-image

ଏହା ତାମିଲନାଡୁର ବିଲୁପ୍ପୁରମ୍‌ ଜିଲ୍ଲାରେ ଅବସ୍ଥିତ। ଏଠାରେ ଲୋକଙ୍କର କୌଣସି ଭେଦଭାବ, ଉଚ୍ଚ୍‌-ନୀଚ୍ଚ ମନୋଭାବ ନାହିଁ। ମାନବିକତାକୁ ଧର୍ମ ଭାବେ ଏଠାରେ ସ୍ୱୀକାର କରାଯାଇଛି। ଅରୋଭିିଲ୍‌ରେ ରହିବା ଲାଗି ପାଳନ କରିବାକୁ ହେବ କେବଳ ଗୋଟିଏ ସର୍ତ୍ତ। ତା’ହେଲା ଏଠାରେ ସେବକ ଭାବେ ରହିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe