୧୩ କୋଟି ଟଙ୍କାର ସ୍ୱର୍ଣ୍ଣ ମୁଦ୍ରା

Advertisment
୧୩ କୋଟି ଟଙ୍କାର ସ୍ୱର୍ଣ୍ଣ ମୁଦ୍ରା

ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ଗୋଟିଏ ମହଙ୍ଗା ସ୍ୱର୍ଣ୍ଣ ମୁଦ୍ରା ତିଆରି କରାଯାଇଛି। ଏହାର ଦାମ୍‌ ୧.୮ ନିୟୁତ ଡଲାର‌୍‌, ଭାରତୀୟ ମୁଦ୍ରାରେ ପାଖାପାଖି ତେର କୋଟି ଟଙ୍କା। ଏହା ବୈଧ ମୁଦ୍ରା। ଶହେ ପ୍ରତିଶତ ଖାଣ୍ଟି ସୁନାରେ ତିଆରି ହୋଇଥିବା ଏହି ମୁଦ୍ରାର ଓଜନ ଦୁଇ କିଲୋଗ୍ରାମ୍‌। ଏଥିରେ ଚାରିଟି ବିରଳ ଗୋଲାପୀ ହୀରା ଖଞ୍ଜାଯାଇଛି, ଯାହା ମୁଦ୍ରାକୁ ମହାର୍ଘ କରିଛି। ତା’ ଛଡ଼ା, ମୁଦ୍ରା ଉପରେ ରହିଛି ଭାସମାନ ଜାହାଜ ଏବ˚ ସେହି ଦେଶରେ ଦେଖାଯାଉଥିବା ବବ୍‌ ଗଛର ଚିତ୍ର। ନିଲାମ ଆକାରରେ ଏହା ବିକ୍ରି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe