ଅଟୋ ଚାଳକଙ୍କୁ ମ୍ୟାନେଜମେଣ୍ଟର ପ୍ରଫେସର କହିଲେ ଆନନ୍ଦ ମହିନ୍ଦ୍ରା

ଅଟୋ ଚାଳକଙ୍କୁ ମ୍ୟାନେଜମେଣ୍ଟର ପ୍ରଫେସର କହିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଅଟୋ ରିକ୍ସା ଚାଳକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଟୋ ରିକ୍ସା ଚାଳକ ନିଜର ଯାତ୍ରୀଙ୍କୁ ସର୍ବୋେତ୍ତମ ସୁବିଧା ଦେଇଥାଆନ୍ତି। ଏଥିରେ ଲଗଜରି ଗ୍ୟାଜେଟସ, ଆଇପେଡ଼, ଲାପଟପ, ସ୍ନାକ୍ସ ଓ କୋଲଡ-ଡ୍ରିଙ୍ଗ ସହିତ ଫ୍ରିଜ ଓ ମାଗଣା ୱାଇଫାଇ ବ୍ୟବସ୍ଥା ବି ସାମିଲ ରହିଛି। ଏଥିସହିତ ଅଟୋ ରିକ୍ସାରେ ୨୫ରୁ ଅଧିକ ମାଗଜିନ ଓ ଖବରକାଗଜ ବି ରହିଛି। ଏତଦ ବ୍ୟତୀତ ଆମାଜନ ଇକୋ ଓ ଗୁଗୁଲ ନେଷ୍ଟ ସ୍ପିକର ବି ରହିଛି।

ଏହି ସବୁ ସାମଗ୍ରୀର ବ୍ୟବହାର ଯାତ୍ରୀ ଯାତ୍ରା ସମୟରେ କରି ପାରିବେ। ସମଗ୍ର ଦୁନିରେ ଅଟୋ ଚାଳକ ଅନ୍ନାଦୁରଇଙ୍କ ଖୁବ ପ୍ରଶଂସା କରାଯାଉଛି।

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଉକ୍ତ ଅଟୋ ଚାଳକଙ୍କ ଭିଡିଓ ସେୟାର କରି ଲେଖିଛନ୍ତି ଏମବିଏ ଛାତ୍ରଛାତ୍ରୀଙ୍କୁ ଏହି ବ୍ୟକ୍ତିଙ୍କ ଠାରୁ କଷ୍ଟମର ଏକ୍ସପେରିଏନ୍ସ ମ୍ୟାନେଜମେଣ୍ଟ ଶିଖିବା ଆବଶ୍ୟକ ରହିଛି। ଆନନ୍ଦ ମହିନ୍ଦ୍ରା ଉକ୍ତ ଅଟୋ ଚାଳକଙ୍କୁ ‘ମ୍ୟାନେଜମେଣ୍ଟର ପ୍ରଫେସର’ ବୋଲି କହିବା ସହିତ ସମସ୍ତଙ୍କୁ ଉକ୍ତ ବ୍ୟକ୍ତିଙ୍କ ଠାରୁ କିଛି ଶିଖିବାକୁ ହେବ ବୋଲି କହିଛନ୍ତି।

୩୮ବର୍ଷୀୟ ଅନ୍ନାଦୁରଇ ନିଜର ଏହି ସ୍ବତନ୍ତ୍ର ସେବା ପାଇଁ ଯାତ୍ରୀଙ୍କୁ ଠାରୁ କୌଣସି ଅତିରିକ୍ତ ଚାର୍ଜ ନିଅନ୍ତି ନାହିଁ। ସେ ଯାତ୍ରୀଙ୍କ ଠାରୁ ମିଟର ହିସାବରେ ଟଙ୍କା ନେଇ ଥାଆନ୍ତି। ଅନ୍ନାଦୁରଇ ଗତ ୧୦ବର୍ଷ ମଧ୍ୟରେ ଚେନ୍ନାଇରେ ଅଟୋ-ରିକ୍ସା ଚଲାଉଛନ୍ତି। ପ୍ରତ୍ୟେକ ଲୋକ ତାଙ୍କ ଅଟୋରେ ବସି ଯାତ୍ରା କରିବାକୁ ପସନ୍ଦ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe