ଉପସ୍ଥିତ ବୁଦ୍ଧି ଖଟାଇ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିବା ୫ଜଣ ଯୁବକଙ୍କ ଜୀବନ ବଞ୍ଚାଇଲେ ଅଟୋ ଚାଳକ

Advertisment
ଉପସ୍ଥିତ ବୁଦ୍ଧି ଖଟାଇ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିବା ୫ଜଣ ଯୁବକଙ୍କ ଜୀବନ ବଞ୍ଚାଇଲେ ଅଟୋ ଚାଳକ

Times of India

ନୋଏଡା: ଉତ୍ତରପ୍ରଦେଶର ନୋଏଡାରେ ଥିବା ସେକ୍ଟର-୬୨ରେ ଟ୍ରାନ୍ସଫର୍ମର ଫାଟି ଯିବାରୁ ୬ଜଣ ପ୍ରାଣ ହରାଇଛନ୍ତି। ହଠାତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗି ଫାଟିଯିବାରୁ ପାଖରେ ଠିଆ ହୋଇ ଚା’ ପିଉଥିବା ଲୋକେ ବିସ୍ଫୋରଣର ଶିକାର ହୋଇଥିଲେ। ୬ ଜଣ ଏହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ତେବେ ୫ଜଣଙ୍କ ଜୀବନ ବଞ୍ଚାଇ ସେମାନଙ୍କୁ ନୂଆ ଜୀବନ ଦେଇଥିବା ଅଟୋ ଚାଳକଙ୍କୁ ଏବେ ଲୋକେ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ୫ଜଣଙ୍କ ଜୀବନ ବଞ୍ଚିପାରିଲା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଅଟୋ ଚାଳକ ଦେବେ‌ନ୍ଦ୍ର ସିଂହ ନିଜ ଅଟୋରେ ସ୍କୁଲ ପିଲାଙ୍କୁ ଛାଡ଼ି ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ସେ ଜଣେ ଯୁବକଙ୍କୁ ନିଆଁରେ ପୋଡ଼ି ହୋଇ ଛଟପଟ ହେଉଥିବାର ଦେଖିଥିଲେ। ଉପସ୍ଥିତ ଲୋକେ ତାଙ୍କ ଉପରେ ପାଣି ଢ଼ାଳୁ ଥିଲେ ମଧ୍ୟ ନିଆଁ ଲିଭୁ ନ ଥିଲା। ଏଭଳି ଦୃଶ୍ୟ ଦେଖି ଦେବେ‌ନ୍ଦ୍ର ତୁରନ୍ତ ନିଜ ଅଟୋରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଦେବେ‌ନ୍ଦ୍ରଙ୍କୁ ଦେଖି ଅନ୍ୟ ଅଟୋ ଚାଳକମାନେ ନିଜ ନିଜ ଅଟୋରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ନିଆଁ ଲିଭାଇବା ଆରମ୍ଭ କରିବା‌ରୁ ୫ଜଣଙ୍କ ଜୀବନ ବଞ୍ଚି ପାରିଥିଲା। ଏବେ ୫ଜଣଙ୍କୁ ଡାକ୍ତରଖାନା ପଠାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।

publive-image oneindia.com

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦେବେ‌ନ୍ଦ୍ର ହିଁ ପ୍ରଥମେ ନିଜ ଅଟୋରୁ ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ନିଆଁ ଲିଭାଇଥିଲେ। ଏହା ପରେ ଏତେ ଲୋକଙ୍କୁ ଏକା ସାଙ୍ଗରେ ବଞ୍ଚାଇବା ଅସମ୍ଭବ ବୋଲି ଜାଣି ସେ ଅନ୍ୟ ଅଟୋ ଚାଳକଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ଯାହା ପରେ ଅନ୍ୟ ଅଟୋ ଚାଳକମାନେ ନିଜ ନିଜ ଅଟୋରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ବାହାର କରି ନିଆଁ ଲିଭାଇବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe