ସଞ୍ଚିଥିବା ସମସ୍ତ ଟଙ୍କାକୁ ଲତାଙ୍କ ଚିକିତ୍ସା ପାଇଁ ଦାନ କଲେ ଅଟୋ ଚାଳକ

Advertisment
ସଞ୍ଚିଥିବା ସମସ୍ତ ଟଙ୍କାକୁ ଲତାଙ୍କ ଚିକିତ୍ସା ପାଇଁ ଦାନ କଲେ ଅଟୋ ଚାଳକ

ନୂଆଦିଲ୍ଲୀ: ଅନେକ ଥର ଶୁଣିବାକୁ ମିଳିଛି ଜଣେ ଗରିବ ଲୋକ ହୋଇ ମଧ୍ୟ ସେ ତାଙ୍କର ସଞ୍ଚିଥିବା ସମସ୍ତ ଅର୍ଥକୁ ଅନ୍ୟର ସାହାଯ୍ୟ ପାଇଁ ବା ଅନ୍ୟର ହିତ ପାଇଁ ଦାନ କରି ଦେଇଛନ୍ତି। ନିକଟରେ ଜଣେ ଅଟୋ ଚାଳକ ଲତା ମଙ୍ଗେସକରଙ୍କ ଚିକିତ୍ସା ପାଇଁ ସଞ୍ଚିଥିବା ନିଜର ସମସ୍ତ ଅର୍ଥକୁ ଦାନ କରିଦେଇଛନ୍ତି।

ଲତା ମଙ୍ଗେସକର ତାଙ୍କ ସୁମଧୁରସ୍ୱର ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଯେଉଁ ଦିନଠାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରି ଆସୁଛନ୍ତି। ଲତା ଗତ ୧୦ ଦିନ ‌ହେବ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। କୋଭିଡ -୧୯ ବ୍ୟତୀତ ତାଙ୍କୁ ନିମୋନିଆ ବି ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ତାଙ୍କୁ ଆଇସିୟୁ ୟୁନିଟରେ ଚିକିତ୍ସା କରାଯାଉଛି ।

publive-image

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଜଣେ ଅଟୋ ଚାଳକ ଲତା ମଙ୍ଗେସକରଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କର ସମସ୍ତ ରୋଜଗାରକୁ ମଙ୍ଗେସକରଙ୍କ ଚିକିତ୍ସା ପାଇଁ ଦାନ କରି ଦେଇଛନ୍ତି। ମୁମ୍ବାଇରେ ରହୁଥିବା ସତ୍ୟବାନ୍ ଗୀତେ ଲତା ମଙ୍ଗେସକରଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କୁ ଦେବୀ ସରସ୍ୱତୀ ବୋଲି ମଧ୍ୟ ସେ ଭାବନ୍ତି ।

ସତ୍ୟବାନ୍ ତାଙ୍କ ଅଟୋକୁ ଗାୟିକାଙ୍କ ଚିତ୍ର ସହିତ ସଜାଇଛନ୍ତି । ଚିର ସବୁଜ ଗାୟିକାଙ୍କ ଗୀତର ଲିରିକ୍ସରେ ପୁରା ଅଟୋକୁ ଚିତ୍ରିତ କରିଛନ୍ତି। ଯେଉଁ ଦିନଠାରୁ ସେ ଲତା ମଙ୍ଗେସକର ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ଶୁଣିଛନ୍ତି ସେ ତାଙ୍କର ସୁସ୍ଥତା ପାଇଁ ନିରନ୍ତର ପ୍ରାର୍ଥନା କରି ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe