ଅପସଂସ୍କୃତିର ପ୍ରସାରକୁ ରୋକାଯାଉ

Advertisment
ଅପସଂସ୍କୃତିର ପ୍ରସାରକୁ ରୋକାଯାଉ

କୌଣସି ଦେଶର ସଂସ୍କୃତି ସେହି ଦେଶର ସ୍ୱାଭିମାନର ପ୍ରତୀକ। ବିଭିନ୍ନ ଦେଶର ସଂସ୍କୃତି ଓ ପରମ୍ପରା ଭିନ୍ନ ଭିନ୍ନ ଓ ତାହା ପୁଣି ନିର୍ଦ୍ଦିଷ୍ଟ ନିୟମରେ ପରିଚାଳିତ। ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍କୃତି ବା ପରଂପରା ସହ ଏକ ବା ଏକାଧିକ ଅନ୍ୟ ସଂସ୍କୃତି ବା ପରଂପରାର ମିଶ୍ରଣ ଅନେକ ସମୟରେ ଆଚରଣ, ଚାଲିଚଳଣ, ଭାବଭଙ୍ଗୀ

ଇତ୍ୟାଦିରେ ଏଭଳି ଅସ୍ୱାଭାବିକ ପରିବର୍ତ୍ତନ ଆଣେ ଯେ ତାହାକୁ ଅପସଂସ୍କୃତି ବୋଲି କୁହାଯାଏ। ଏଭଳି ଅପସଂସ୍କୃତି ଶୁଭଙ୍କର ନୁହେଁ, ଯାହା ଆମ ଭାରତୀୟ ସମାଜରେ ଅନେକତ୍ର ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଗୁରୁଜନମାନଙ୍କୁ ପ୍ରଣାମ କରିବାର ସଂସ୍କୃତି ଆଜି ଲୋପ ପାଇ କେବଳ ନାଁକୁ ମାତ୍ର ନଇଁ ଯାଇ ହାତ ବଢ଼ାଇ ଦେବାରେ ସୀମିତ ହୋଇଯାଇଛି। କିଛି ତରୁଣ-ତରୁଣୀ ସେତକ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ପାଶ୍ଚାତ୍ୟ ସଂସ୍କୃତିକୁ ନିଜର କରି ‘ହାଏ ବା ବାଏ’ କରି କାମ ସାରିବାକୁ ଉଦ୍‌ଗ୍ରୀବ। ଭାରତୀୟ ସଂସ୍କୃତି ପଛରେ ରହିଛି ପାଞ୍ଚ ହଜାର ବର୍ଷରୁ ଅଧିକ ପୁରୁଣା ସଭ୍ୟତାର ପ୍ରଭାବ। ତେଣୁ ଏହାକୁ ଅପସଂସ୍କୃତିର ଆକ୍ରମଣରୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ବ।
ଦେବାଶିଷ ରଥ
ରାମେଶ୍ୱର, ଖୋର୍ଦ୍ଧା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe