ସୂର୍ଯ୍ୟଙ୍କୁ ଜଳ ଅର୍ପଣ ବେଳେ ଭୁଲ୍‌ରେ ବି କରନ୍ତୁନି ଏହି ସବୁ ତ୍ରୁଟି

Advertisment
ସୂର୍ଯ୍ୟଙ୍କୁ ଜଳ ଅର୍ପଣ ବେଳେ ଭୁଲ୍‌ରେ ବି କରନ୍ତୁନି ଏହି ସବୁ ତ୍ରୁଟି

ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣି ଉତ୍ସର୍ଗ କରିବା ଦ୍ୱାରା ବହୁ ଲାଭ ମିଳିଥାଏ ବୋଲି ଆମେ ପୂର୍ବରୁ ଆଲୋଚନା କରିସାରିଛେ। ସୂର୍ଯ୍ୟଙ୍କୁ ପାଣି ଅର୍ପଣ କେବଳ ଏକ ଧାର୍ମିକ ଭାବନା ନୁହେଁ। ସକାଳ ସୂର୍ଯ୍ୟରେ ଥିବା କଅଁଳ ଅତିବାଇଗଣି ରଶ୍ମୀ ଶରୀର ପାଇଁ ଖୁବ୍‌ ଉପକାରୀ। ଆମେ ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରିବା ବେଳେ ସୂର୍ଯ୍ୟଙ୍କୁ ଚାହିଁବାକୁ ପଡ଼ିଥାଏ, ଫଳରେ ଉକ୍ତ ରଶ୍ମୀ ଆମ ଶରୀର ସଂସ୍ପର୍ଶରେ ଆସିବା ପରେ ନାନା ରୋଗ ଦୂର ହୋଇଥାଏ ବୋଲି ବୈଜ୍ଞାନିକ ମତ ମଧ୍ୟ ରହିଛି।

publive-image

ସୂର୍ଯ୍ୟଙ୍କୁ ଯଦି ପାଣି ଅର୍ପଣ କରୁଛନ୍ତି ତେବେ ମନେ ରଖନ୍ତୁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଗାଧୋଇକି ଏ କାମ କରିବାକୁ ହେବ। ପ୍ରାତଃ ସମୟରେ ହିଁ ସୂର୍ଯ୍ୟଙ୍କୁ ପାଣି ଦିଆଯାଏ। ଆପଣ ମନ ଇଚ୍ଛା ଦ୍ୱିପ୍ରହରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଅନୁଚିତ। ସକାଳୁଆ ସୂର୍ଯ୍ୟଙ୍କୁ ପାଣି ଦେବା ମସୟରେ ସୂର୍ଯ୍ୟଙ୍କ ରଶ୍ମୀ ଶରୀରରେ ପ୍ରବେଶ କରେ। ବିଶ୍ୱାସ କରାଯାଏ ଯେ ସେହି ସମୟରେ ନଅ ଗ୍ରହ ମଧ୍ୟ ଏକା ସାଙ୍ଗରେ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

publive-image

ଜଳ ଅର୍ପଣ ସମୟରେ ସୂର୍ଯ୍ୟଙ୍କୁ ଚାହିଁ ପ୍ରଥମେ ତିନି ଘୋରା ବୁଲି ଭୂମିକୁ ପ୍ରଣାମ କରନ୍ତୁ। ତା’ପରେ ପାଣି ଅର୍ପଣ କରନ୍ତୁ। ପାଣି ଦେବା ସମୟରେ ‘ଓମ୍‌ ସୂର୍ଯ୍ୟାୟ ନମଃ’ କହି ପ୍ରଣାମ କରନ୍ତୁ। ଫଳରେ ସୂର୍ଯ୍ୟ ଦେବତା ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ବଜାୟ ରଖିବେ।

publive-image

ପ୍ରତିଦିନ ସମାନ ତରିକାରେ ଜଳ ଅର୍ପଣ କରନ୍ତୁ। ନୂଆ ନୂଆ କୌଶଳରେ ସୂର୍ଯ୍ୟ ନମସ୍କାର କରନ୍ତୁ ନାହିଁ। ମନେ ରଖନ୍ତୁ, ଯଦି ଆପଣ କିଛି ଭୁଲ୍‌ କରୁଛନ୍ତି ତେବେ ତାହା ଜମା ନକରିବାଠାରୁ ବି ବେଶି କ୍ଷତିକାରକ।

publive-image

ଯଦି କୌଣସି ଶାରୀରିକ ଅସୁସ୍ଥତା ହେତୁ ଆପଣଙ୍କୁ ଗାଧୋଇବା ନେଇ ବାରଣ ରହିଛି। ତେବେ, ସୂର୍ଯ୍ୟଙ୍କୁ ପାଣି ଦେବା ପୂର୍ବରୁ ଆପଣ ହାତ, ଗୋଡ଼ ଓ ମୁହଁକୁ ପରିଷ୍କାର କରି ଧୋଇଦିଅନ୍ତୁ। ତାପରେ ସଫା ପୋଷାକ ବଦଳାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରିବେ।

publive-image

ପାଣି ଦେବା ବେଳେ ଷ୍ଟିଲ୍‌ କିମ୍ବା ଅନ୍ୟ କୌଣସି ଧାତୁର ପାତ୍ର ବ୍ୟବହାର କରନ୍ତୁ ନାହିଁ। ସୂର୍ଯ୍ୟଙ୍କୁ ପାଣି ଦେବା ପାଇଁ ଆପଣ କେବଳ ତମ୍ବା ଢାଳ ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe