କଡ଼ ନଲେଉଟାଇ ୨୧ଟି ଗଙ୍ଗାଜଳ ଭର୍ତ୍ତି କଳସକୁ ଛାତିରେ ରଖି ୯ଦିନ ପର୍ଯ୍ୟନ୍ତ ଉପବାସରେ ଦୁର୍ଗା ମା’ଙ୍କ ଆରାଧନା କରୁଛନ୍ତି ଏହି ବାବା

Advertisment
କଡ଼ ନଲେଉଟାଇ ୨୧ଟି ଗଙ୍ଗାଜଳ ଭର୍ତ୍ତି କଳସକୁ ଛାତିରେ ରଖି ୯ଦିନ ପର୍ଯ୍ୟନ୍ତ ଉପବାସରେ ଦୁର୍ଗା ମା’ଙ୍କ ଆରାଧନା କରୁଛନ୍ତି ଏହି ବାବା

ନୂଆଦିଲ୍ଲୀ: ନବରାତ୍ରୀ ସମୟରେ ଦୁର୍ଗା ମା’ଙ୍କୁ ଭକ୍ତମାନେ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରି ଆସୁଛନ୍ତି। କେହି କେହି ପୂରା ଦିନ ନିର୍ଜଳା ରହି ବ୍ରତ ରଖୁଛନ୍ତି ତ ଆଉ କେହି ଚପଲ କି ଜୋତା ପିନ୍ଧୁ ନାହାନ୍ତି। କିନ୍ତୁ ବିହାରର ପାଟନା ସହରରେ ବସବାସ କରୁଥିବା ନାଗେଶ୍ୱର ବାବା ୨୨ ବର୍ଷ ହେବ ବଡ ଆଶ୍ଚର୍ଯ୍ୟଜନକ ଉପାୟରେ ମା’ ଦୁର୍ଗାଙ୍କ ଆରାଧନା କରୁଛନ୍ତି। ପାଟନାର ନୋଲଖା ମନ୍ଦିରରେ ଏହି ନାଗେଶ୍ୱର ବାବା ପ୍ରତ୍ୟେକ ନବରାତ୍ରୀରେ ନିଜ ଛାତିରେ କଳସ ରଖି ପୂଜା କରି ଆସୁଛନ୍ତି। ଚଳିତ ଥର କଳସ ସଂଖ୍ୟା ୨୧ ରହିଛି।

କେବଳ ଏତିକି ନୁହେଁ, ନବରାତ୍ରୀରୁ ୧୫ଦିନ ପୂର୍ବରୁ ସେ ମା’ ଦୁର୍ଗାଙ୍କ ବ୍ରତ ରଖିବା ଆରମ୍ଭ କରି ଦେଇଥାଆନ୍ତି। ତାଙ୍କର ଏହି ଶ୍ରଦ୍ଧା କାରଣରୁ ଆଖପାଖରୁ ଅନେକ ଲୋକ ତାଙ୍କ ଆଶୀର୍ବାଦ ନେବାକୁ ଆସିଥାଆନ୍ତି।

ତେବେ ଏପରି ଭକ୍ତିକୁ ନେଇ ନାଗେଶ୍ୱର ବାବା କହନ୍ତି, ଏମିତି କରିବା ଦ୍ୱାରା ମା’ ଦୁର୍ଗାଙ୍କ ଠାରୁ ତାଙ୍କୁ ଶକ୍ତି ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe