ବାତ୍ୟା ସମୟରେ ଜନ୍ମ ନେଇଥିବା ଅନେକ ନବଜାତଙ୍କ ନାମ ରଖାଯାଇଛି ‘ତିତ୍‌ଲି’

Advertisment
ବାତ୍ୟା ସମୟରେ ଜନ୍ମ ନେଇଥିବା ଅନେକ ନବଜାତଙ୍କ ନାମ ରଖାଯାଇଛି ‘ତିତ୍‌ଲି’

ଭୁବନେଶ୍ୱର: ଓଡ଼ିଶାରେ ଗତ କିଛି ଦିନ ହେବ ବାତ୍ୟା ‘ତିତ୍‌ଲି’ ଆସି ସାମାନ୍ୟା ପ୍ରଭାବିତ କରି ଫେରିଯିବା ପରେ ଏହି ସମୟରେ ଜନ୍ମ ଲାଭ କରିଥିବା ଅନେକ ନବଜାତକଙ୍କ ନାମ ପରିବାର ବର୍ଗ ‘ତିତ୍‌ଲି’ ରଖିଛନ୍ତି। ବିଶେଷ କରି ଗଞ୍ଜାମ, ଜଗତ୍‌ସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଏହି ତିତ୍‌ଲି ନାମକରଣ ଜୋର୍‌ରେ ଚାଲିଥିବା ସୂଚନା ରହିଛି। ବାତ୍ୟାର କିଛି ଦିନ ପୂର୍ବରୁ କିମ୍ବା କିଛି ଦିନ ପରେ ଜନ୍ମଲାଭ କରିଥିବା ନବଜାତକ ପ୍ରାୟ ତିତ୍‌ଲି ନାମରେ ନାମିତ ହୋଉଛନ୍ତି।

ପାରାଦୀପର ୨୦ ବର୍ଷ ବୟସ୍କା ଆଲେମା ଗୁରୁବାର ୬.୦୫ ଓ ୦.୧୨ରେ ଯାଆଁଳା ଶିଶୁ ଦ୍ୱୟଙ୍କୁ ଜନ୍ମ ଦେବା ପରେ ନାମ ‘ତିତ୍‌ଲି’ ରଖିବାକୁ ଚିନ୍ତା କରିଛନ୍ତି। ‘ତିତ୍‌ଲି’ ଶବ୍ଦର ଅର୍ଥ ଓଡ଼ିଆରେ ପ୍ରଜାପତି। ସାମୁଦ୍ରିକ ଝଡ଼ ଠିକ୍‌ ଓଡ଼ିଶା ପାର୍‌ କରୁଥିବା ବେଳେ ମହିଳା ଜଣଙ୍କ ନିଜର ପ୍ରଥମ ଝିଅକୁ ଜନ୍ମ ଦେଇଥିଲେ।

ସେହିପରି ପ୍ଲୁରୁଗଡ଼ାର ୨୯ ବର୍ଷୀୟା ବିମଳା ଦାସ ମଧ୍ୟ ସେହି ସମାନ ହସ୍ପିଟାଲ୍‌ରେ ଏକ ଝିଅକୁ ଜନ୍ମ ଦେଇଛନ୍ତି। ପ୍ରାୟ ୭ଟା ସମୟରେ ଜନ୍ମ ହୋଇଥିବା ଝିଅଟିତ ନାମ ପରିବାର ବର୍ଗ ‘ତିତ୍‌ଲି’ ଦେବାକୁ ମନସ୍ତ କରିଛନ୍ତି।

ସେହିପରି କମ୍ୟୁନିଟି ହେଲ୍‌ଥ ସେଣ୍ଟର୍‌ରେ ବୁଧବାର ରାତି ୧୧ଟାରୁ ଗୁରୁବାର ମଧ୍ୟରେ ସମୁଦାୟ ୧୧ ଜଣ ଝିଅ ଜନ୍ମ ନେଇଛନ୍ତି। ସେମାନେ ସମସ୍ତଙ୍କ ନାମ ‘ତିତ୍‌ଲି’ ଦେବା ପାଇଁ ହସ୍ପିଟାଲ୍‌ର ସ୍ତ୍ରୀ ରୋଗ ବିଶେଷଜ୍ଞ ମୋହନ ବାରିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe