ଦେଖନ୍ତୁ କିପରି ଗଛ ଉପରେ ସିଂହ ଛୁଆକୁ ଧରି ଗେଲ କରୁଛି ମାଙ୍କଡ଼

Advertisment
ଦେଖନ୍ତୁ କିପରି ଗଛ ଉପରେ ସିଂହ ଛୁଆକୁ ଧରି ଗେଲ କରୁଛି ମାଙ୍କଡ଼

Vijaya Karnataka

ନୂଆଦିଲ୍ଲୀ: ସମୟସମୟରେ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଗତ ଶନିବାର ଦକ୍ଷିଣ ଆଫ୍ରିକାର ‘କ୍ରୁଗୁର ନ୍ୟାସନାଲ ପାର୍କ’ରେ ଗୋଟିଏ ମାଙ୍କଡ଼ ଓ ଏକ ସିଂହ ଛୁଆ ଭିତରର ସଂପର୍କକୁ ନେଇ ଏକ  ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ‘କର୍ଟ ସଫାରୀ କମ୍ପାନି’ ନାମକ ଫେସ୍‌ବୁକ୍‌ ପେଜ ସେୟାର କରିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଯାଇଛି। ମାଙ୍କଡ଼ ଓ ସିଂହ ଛୁଆର ଫଟୋ ଓ ଭିଡିଓକୁ ଏବେ ହଜାର ହଜାର ଲାଇକ୍‌ ମିଳି ସାରିଲାଣି।

publive-image navbharattimes

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଆଖି ପିଛୁଆକେ ଟେକି ନେଇ ଗଛ ଉପରକୁ ସଙ୍ଗେସଙ୍ଗେ ଚମ୍ପଟ ମାରୁଛି। ସିଂହଛୁଆଟିକୁ ମାଙ୍କଡ଼ ଗଛ ଉପରକୁ ଟେକି ନେଇ ତାକୁ କୋଳରେ ବସାଇବା ଅତି ସ୍ନେହର ସହ  ଆଦର କରୁଛି। ମାଙ୍କଡ଼ ଓ ସିଂହ ଛୁଆ ମଧ୍ୟରେ ଏହି ସ୍ନେହଭରା ଦୃଶ୍ୟକୁ ଫଟୋଗ୍ରାଫର ଓ ସଫାରୀ ଅପରେଟର କର୍ଟ ସୁଲ୍‌ଟଜ୍‌ ନିଜ କ୍ୟାମେରାରେ କୈଦ୍‌ କରି ନେଇଥିଲେ।

କର୍ଟ ସୁଲ୍‌ଟଜ୍‌ଙ୍କ କହିବାନୁସାରେ, ମିଟିଂ ପୂର୍ବରୁ ମୁଁ ଫଟୋଗ୍ରାଫି ପାଇଁ ‘କ୍ରୁଗୁର ନ୍ୟାସନାଲ ପାର୍କ’ ଯିବାକୁ ସ୍ଥିର କରିଥିଲି। ଜଙ୍ଗଲ ଓ ପାର୍କକୁ ଯାଇ ଜୀବଜନ୍ତୁଙ୍କ ଫଟୋ ଉଠାଇବା ପ୍ରତି ମୋର ବହୁତ ଦୁର୍ବଳତା ରହିଛି। ‘କ୍ରୁଗୁର ନ୍ୟାସନାଲ ପାର୍କ’ରେ ପହଞ୍ଚିବା ପରେ ମୋର ନଜର ଏକ ମାଙ୍କଡ଼ ଉପରେ ପଡ଼ିଥିଲା। ମାଙ୍କଡ଼ ହାତରେ ନିଜ ଛୁଆ ବଦଳରେ ସିଂହ ଛୁଆ ଧରିଥିବା ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହାପରେ ଦୂରରେ ଥାଇ ଉକ୍ତ ମାଙ୍କଡ଼ର ଗତିବିଧି ଉପରେ ଧ୍ୟାନ ଦେଇଥିଲି। ମାଙ୍କଡ଼ଟି ସିଂହ ଛୁଆକୁ ଧରି ଗଛ ଉପରକୁ ଚଢ଼ି ଯାଇଥିଲା ଏବଂ ଖୁବ୍‌ ଯତ୍ନର ସହ ନିଜ ଛୁଆ ଭଳି ସିଂହ ଛୁଆଟିକୁ ଗଛ ଉପରେ ଧରି ବସି ରହିଥିଲା। ସିଂହ ଛୁଆଟି କିନ୍ତୁ ଭୟରେ ହେଣ୍ଟାଳ  ଛୁାଡୁଥିବା ଭିଡ଼ିଓରେ ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe