କ୍ଵାରେଣ୍ଟାଇନ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର, ବାପା ମା ନାମ ରଖିଲେ 'କୋଭିଡ'

Advertisment
କଟକରେ ୫୦ ହଜାରରେ ଶିଶୁ ବିକ୍ରି ! କାର୍‌କୁ ପିଛା କରି ୪ ଜଣଙ୍କୁ ଧରିଲା ଚାଇଲ୍‌ଡ ଲାଇନ୍‌

(Representational image Only)

ରାମପୁର(ଉତ୍ତରପ୍ରଦେଶ): କରୋନା ଭୂତାଣୁ ଭୟ କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ବ୍ୟାପିଛି। ଆଉ ଭାରତରେ ଥିବା କ୍ଵାରେଣ୍ଟାଇନ ସେଣ୍ଟର କିଛି ବିଦେଶୀଙ୍କୁ ରଖାଯାଇଥିବାବେଳେ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ମଧ୍ୟ ରଖାଯାଇଛି | ତେବେ ଉତ୍ତରପ୍ରଦେଶର ରାମପୁର କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ନେପାଳର ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ରାମପୁର ଜିଲ୍ଲାର ସରକାରୀ ଆଶ୍ରମ ସିଷ୍ଟମ ଇଣ୍ଟର କଲେଜରେ ଏକ କ୍ଵାରେଣ୍ଟାଇନ ସେଣ୍ଟର ପ୍ରତିଷ୍ଠା କରାଯାଇଛି।

ଜଣେ ନେପାଳ ଗର୍ଭବତୀ ମହିଳା ଏକ କ୍ଵାରେଣ୍ଟାଇନ ସେଣ୍ଟର ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଦିନ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି | ଉଭୟ ମା ଏବଂ ଶିଶୁ ସୁସ୍ଥ ଥିବାବେଳେ ସେମାନଙ୍କ ଯତ୍ନ ନେବା ପାଇଁ ରାମପୁର ପ୍ରଶାସନ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛି। ତେବେ ବାପା-ମା ଏହି ଶିଶୁର ନାମ କୋଭିଡ ବୋଲି ରଖିଛନ୍ତି ।

publive-image Oneindia

ସୂଚନାନୁସାରେ, ଏହି ମହିଳା ନେପାଳର ବାଜାଙ୍ଗ ଜିଲ୍ଲାର ହୋଇଥିବାବେଳେ ତାଙ୍କ ସ୍ୱାମୀ ସହ ଦିଲ୍ଲୀର ଏକ ହୋଟେଲରେ କାମ କରୁଥିଲେ। ଲକଡାଉନ ଘୋଷଣା ହେବା ପରେ ହୋଟେଲ ମାଲିକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଘରକୁ ଫେରିବାକୁ କହିଥିଲେ। ଏ ଦୁହେଁ ଚାଲିଚାଲି ଆସି ରାମପୁରରେ ପହଞ୍ଚିଥିଲେ | ରାମପୁରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରିଥିଲେ। ମହିଳା ଜଣକ ଗର୍ଭବତୀ ଥିଲେ ଓ ଶୁକ୍ରବାର ଦିନ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମହିଳା ଏବଂ ତାଙ୍କ ସ୍ୱାମୀ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚାହୁଁଥିବାରୁ ଶିଶୁଟିର ନାମ କୋଭିଡ ଦିଆଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe