ଅଧାରକାର୍ଡରେ ପିଲାର ନାମ ବଦଳରେ ଲେଖାଥିଲା ଏପରି ଅଦ୍ଭୂତ କଥା...

Advertisment
ଅଧାରକାର୍ଡରେ ପିଲାର ନାମ ବଦଳରେ ଲେଖାଥିଲା ଏପରି ଅଦ୍ଭୂତ କଥା...

Zee News

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଜବ କଥା। ୟୁପିର ବଦାୟୁଁରେ ଆଧାରକାର୍ଡ ବନାଇବା ବେଳେ କର୍ମୀମାନଙ୍କ ଯତ୍ନହୀନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଆଧାରକାର୍ଡଟିକୁ ଦେଖିବା ପରେ କିପରି ଯତ୍ନହୀନ ହୋଇ କର୍ମୀ କାମ କରୁଛନ୍ତି ସେ ନେଇ ସ୍ପଷ୍ଟ ହୋଇଯିବେ। ତେବେ ଆହୁରି ବି ଆଶ୍ଚର୍ଯ୍ୟକର କଥା ହେଉଛି ଯାହାର ଆଧାରକାର୍ଡ ସେ ମଧ୍ୟ ତ୍ରୁଟିଟିକୁ ୨ ବର୍ଷ ପରେ ଦେଖିଛନ୍ତି। ପିଲାଟିର ଆଧାରକାର୍ଡ ନେଇ ବାପାମାଆ ଯେତେବେଳେ ତାକୁ ସ୍କୁଲ୍‌ରେ ଭର୍ତ୍ତି କରିବାକୁ ଗଲେ ସେତେବେଳେ ଯାଇ ତ୍ରୁଟି ଧରାପଡ଼ିଲା।

ବଦାୟୁଁ ତହସିଲ୍‌ର ଏକ ଗାଁରେ ଜଣେ ବ୍ୟକ୍ତି ନିଜ ପିଲାର ସ୍କୁଲ୍‌ରେ ନାମ ଲେ‌ଖେଇବାକୁ ଯାଇ ସ୍କୁଲ୍‌ରେ ପହଞ୍ଚିଲେ। ମାତ୍ର ଶିକ୍ଷକ ସେଠାରେ ପିଲାର ନାମ ଲେଖାଇବାକୁ ମନା କରିଦେଲେ। କାରଣ ଆଧାରକାର୍ଡରେ ପିଲାର ନାମ ବଦଳରେ ଲେଖାଥିଲା, ‘ମଧୁଙ୍କ ପଞ୍ଚମ ପିଲା’। ତେବେ, ଆଧାରକାର୍ଡରୁ ତ୍ରୁଟି ସଂଶୋଧନ ହେବା ପରେ ଯାଇ ପିଲାର ନାମ ଲେଖାଯିବ ବୋଲି ଶିକ୍ଷକ ପିଲାର ବାପାଙ୍କୁ କହିଥିଲେ।

publive-image www.aajtak.in

ଏହି ଭୁଲ୍‌ ଥିବା ଆଧାରକାର୍ଡଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଚାଲିଛି। ଆଧାରକାର୍ଡରେ ପିଲାଟିର ନାମ ଆରତୀ ଲେଖାଯିବା ବଦଳରେ ‘ମଧୁଙ୍କ ପଞ୍ଚମ ପିଲା’ ଲେଖାଥିଲା। କେବଳ ସେତିକି ନୁହେଁ, ଏଥିରେ ଆଧାର ନମ୍ବର ବି ନଥିଲା।

ତେବେ, ଏପରି ଯତ୍ନହୀନତାକୁ ନେଇ ସ୍ଥାନୀୟ ଜିଲ୍ଲା ଅଧିକାରୀ ଚିନ୍ତା ପ୍ରକଟ କରିବା ସହ ଯେଉଁ କର୍ମଚାରୀ ଏହା କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe