www.timesnownews.com
ବେଙ୍ଗାଲୁର: ପୂର୍ବରୁ ଆମେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନୋରଞ୍ଜନଧର୍ମୀ ଭିଡିଓ ସବୁ ଦେଖିଛେ। ନିକଟରେ ଏକ ହାତୀ ଛୁଆର ବ୍ୟାୟାମ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଚର୍ଚ୍ଚା ପାଲଟିଛି।
ଜୁ ଅଫ୍ କର୍ଣ୍ଣାଟକର ଟ୍ବିଟର୍ ଆକାଉଣ୍ଟ୍ରେ ଦୁଇଟି ଭିଡିଓ ସେୟାର୍ ହୋଇଛି। ଗୋଟାଏ ଭିଡିଓରେ ହାତିଟି ଦୌଡୁଥିବା ବେଳେ ଅନ୍ୟଟିରେ ଜୁ କିପର୍ ହାତୀ ଛୁଆକୁ ବ୍ୟାୟାମ ଶିଖାଉଥିବାର ଦେଖିବାକୁ ମିଳିଛି।
ଭିଡିଓଟି ହେଉଛି ମୈସୁର୍ ଚିଡ଼ିଆଖାନାର। ହାତୀ ଛୁଆଟିର ନାଁ ବେଦବତୀ। ଚିଡ଼ିଆଖାନାକୁ ଆସିଲା ବେଳେ ବେଦବତୀର ଓଜନ ୮୯ କିଲୋଗ୍ରାମ୍ ଥିଲା। ଗତ ୨ ମାସ ମଧ୍ୟରେ ତାହାର ଓଜନ ୨୦ କିଲୋ ବୃଦ୍ଧି ପାଇଛି।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୬ ହଜାର ୫୦୦ରୁ ଊର୍ଧ୍ବ ଭିୟୁ ହୋଇ ସାରିଲାଣି। ଟ୍ବିଟର୍ ବ୍ୟବହାରକାରୀମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି। ବେଦବତୀ ଉପରେ ନାନା ରି-ଟ୍ବିଟ୍ ଓ କମେଣ୍ଟ୍ ଟ୍ବିଟର୍ରେ ଦେଖିବାକୁ ମିଳିଛି।
Follow Us