ଥରେ ନୁହେଁ ଦୁଇଥର ଜନ୍ମ ନେଇଛି ଏହି ଶିଶୁ କନ୍ୟା, ମା’ କହନ୍ତି ଇଶ୍ୱରଙ୍କ ଆର୍ଶୀବାଦ

ଥରେ ନୁହେଁ ଦୁଇଥର ଜନ୍ମ ନେଇଛି ଏହି ଶିଶୁ କନ୍ୟା, ମା’ କହନ୍ତି ଇଶ୍ୱରଙ୍କ ଆର୍ଶୀବାଦ

ନୂଆଦୀଲ୍ଲୀ: ଟେକ୍‌ସାସ୍‌ରେ ରହୁଥିବା ଏକ ସୁନ୍ଦର କୁନି ଝିଅର କାହାଣୀ ବଡ଼ ଅଜବ। ସେ ଏହି ଦୁନିଆରେ ଦୁଇଥର ଜନ୍ମ ନେଇଛି। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଏବେ ଏହି ଶିଶୁଟି ବଷକର ହୋଇଯାଇଛି ଓ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ଶିଶୁଟିର ନାମ ଲିନଲେ ରଖାଯାଇଛି।

୨୦୧୬ରେ ଟେକସାସ୍‌ରେ ରହୁଥିବା ମାର୍ଗରେଟ ବୋମର ତାଙ୍କର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲେ। ପ୍ରଥମେ ଡାକ୍ତର ମହିଳାଙ୍କ ପେଟର ଯାଞ୍ଚ କରି ଜାଅଁଳା ଶିଶୁ ଅଛି ବୋଲି କହିଥିଲେ। ଗର୍ଭାବସ୍ଥାରେ ୧୬ ସପ୍ତାହ ନିୟମିତ ଅଲଟ୍ରାସାଉଣ୍ଡ କରିବା ପରେ ଡାକ୍ତର ଯେଉଁ ରିପୋର୍ଟ ଦେଇଥିଲେ ମହିଳାଙ୍କ ହୋସ୍‌ ଉଡି ଯାଇଥିଲା। ଡାକ୍ତର କହିଥିଲେ କି ପେଟ ଭିତରେ ଶିଶୁ ଯେଉଁ ସ୍ଥାନରେ ଅଛି ସେଠାରେ ଏକ ବଡ଼ ଟ୍ୟୁମର ହୋଇଛି, ଯଦି ଅସ୍ତ୍ରୋପଚାର କରା ନଯାଏ ତେବେ ଶିଶୁର ହୃଦୟ ଉପରେ ଆଞ୍ଚ୍‌ ଆସିପାରେ।

publive-image

ବୋମରଙ୍କ କହିବାନୁସାରେ, ଡାକ୍ତରଙ୍କ ଏହି କଥା ଶୁଣିବା ପରେ ବହୁତ ବଡ଼ ଝଟକା ଲାଗିଥିଲା। ଜୀବନରେ ଏତେ ବଡ଼ ଟ୍ୟୁମର ଦେଖି ନଥିଲି। ଶିଶୁଟି କିଭଳି ଅସୁବିଧାର ଥିବ ବୋଲି ଭାବି ଚିନ୍ତାରେ ପଡ଼ି ଯାଇଥିଲି। ଯଦି ଗର୍ଭପାତ ନକରାଯିବ ମୋ ଜୀବନ ପ୍ରତି ବିପଦ ରହିଛି ବୋଲି ଡାକ୍ତର କହିଥିଲେ, କିନ୍ତୁ ମୁଁ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଗର୍ଭପାତ ପାଇଁ ମନା କରି ଦେଇଥିଲି। ଡାକ୍ତରଙ୍କୁ ଶେଷରେ ମୋର ଜିଦ୍‌ ମାନିବାକୁ ପଡ଼ିଥିଲା। ୫ଘଣ୍ଟା ଜଟିଳ ଅସ୍ତ୍ରୋପଚାର କରିବା ପରେ ଅଜନ୍ମ ଶିଶୁକୁ ବୋମରଙ୍କ ଗର୍ଭାଶୟରୁ ବାହାର କରି ହୃଦୟ ବିଶେଷଜ୍ଞଙ୍କ ଦ୍ୱାରା ଜୀବିତ ରଖା ଯାଇଥିଲା। ସର୍ଜିକାଲ ଟିମ୍‌ ଗର୍ଭାଶୟରୁ ଟ୍ୟୁମର ବାହାର କରିଥିଲେ। ଏହାପରେ ପୁଣିଥିରେ ଶିଶୁକୁ ବୋମରଙ୍କ ଗର୍ଭାଶୟରେ ରଖା ଯାଇଥିଲା। ବୋମର ୩୬ ସପ୍ତାହ ପରେ ଲିନଲେଙ୍କୁ ପୁଣିଥରେ ଜନ୍ମ ଦେଇଥିଲେ। ଶିଶୁଟି ଏବେ ବର୍ଷକର ହୋଇଯାଇଛି ଓ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe