ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି ବାପାଙ୍କ ଭିନ୍ନ କଣ୍ଠସ୍ବର ଉପରେ କୁନି ଝିଅର କୌତୂକିଆ ପ୍ରତିକ୍ରିୟା

ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି ବାପାଙ୍କ ଭିନ୍ନ କଣ୍ଠସ୍ବର ଉପରେ କୁନି ଝିଅର କୌତୂକିଆ ପ୍ରତିକ୍ରିୟା

www.indiatoday.in

ନୂଆଦିଲ୍ଳୀ: ପୂର୍ବରୁ ଆମେ ଇଣ୍ଟର୍‌ନେଟରେ ଅନେକ ମଜାଦାର ଭିଡିଓ ସବୁ ଦେଖିଛେ। ନିକଟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓକୁ ଦେଖିଲେ ଆପଣ ନିଜର ହସକୁ ଆୟତ୍ତ କରିପାରିବେ ନାହିଁ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ତାଙ୍କ କୁନି ଝିଅକୁ କୋଳରେ ଧରି ବହି ପଢୁଛନ୍ତି। କୁନି ଶିଶୁଟି ବାପାଙ୍କ ପଢ଼ିବା ଶୈଳୀରେ ହସି ହସି ବେଦମ୍‌ ହେଉଛି।

ଏହି ଭିଡିଓଟିକୁ ଆମେରିକୀୟ ଫୁଟ୍‌ବଲ୍‌ ଖେଳାଳି ରେକ୍ସ ଚାପ୍‌ମାନ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଟ୍ବିଟ୍‌ କରିବା ପରେ ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ବହି ପଢ଼ୁଥିବା ବାପା ଜଣକ ବିଭିନ୍ନ ଚରିତ୍ରକୁ ଯଥାର୍ଥ ଦେବା ପାଇଁ ଅଲଗା ଅଲଗା କଣ୍ଠସ୍ବର ପ୍ରୟୋଗ କରୁଛନ୍ତି।

ବ୍ୟକ୍ତି ଜଣକ ପିଲାଙ୍କ ସକାଶେ ଉଦ୍ଦିଷ୍ଟ ପୁସ୍ତକ ‘ମିକି ମାଉସ୍‌’ ପଢୁଥିବାର ଭିଡିଓରେ ଦେଖିବାକୁ ମିଳିିଛି। ଭିଡିଓରେ ସବୁଠାରୁ ଆକର୍ଷଣୀୟ ଅଂଶଟି ହେଉଛି ବାପାଙ୍କର ଭିନ୍ନ ଭିନ୍ନ ସ୍ବର ଉପରେ କୁନି ଶିଶୁଟିର ପ୍ରତିକ୍ରିୟା।

ଭିଡିଓଟିକୁ ଫୁଟ୍‌ବଲ୍‌ ଖେଳାଳି ତାଙ୍କ ଟ୍ବିଟର୍‌ରେ ସେୟାର କରିବା ପରେ ଏବେ ସୁଦ୍ଧା ଏହାର ଭିୟୁ ୪୬୭.୮ ହଜାରରୁ ଅଧିକ ହୋଇ ସାରିଲାଣି। ଏହାକୁ ୩୩.୨ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ୫.୧ ହଜାର ଥର ଏହି ଭିଡିଓଟିକୁ ରି-ଟ୍ବିଟ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe