ସରୁନି ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଭୋକ ଉପାସରେ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ କିଭଳି ଷ୍ଟେସନରେ ପଡିରହିଥିବା ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଶିଶୁ

Advertisment
ସରୁନି ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଭୋକ ଉପାସରେ ଚାଲିଗଲା ମହିଳାଙ୍କ ଜୀବନ, ଦେଖନ୍ତୁ କିଭଳି ଷ୍ଟେସନରେ ପଡିରହିଥିବା ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଶିଶୁ

ପାଟନା: କରୋନା ମହାମାରୀ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ପ୍ରବାସୀ ଶ୍ରମିକ | ଭୋକ ଉପାସରେ ଘରକୁ ଫେରିବା ବାଟରେ କିଛି ମୃତ୍ୟୁବରଣ କରୁଛନ୍ତି ତ କିଛି ପ୍ରବାସୀ ଶ୍ରମିକଙ୍କ ସ୍ତ୍ରୀ ରାସ୍ତାରେ ପ୍ରସବ କରିବା ଘଟଣା ସାମ୍ନାକୁ ଆସିଛି | ଲକ୍‌ଡାଉନ୍ ବେଳେ ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ। ପରିସ୍ଥିିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇ ନାହାନ୍ତି ବୋଲି କହିବା ସହ ଏହି ମାମଲାରେ ସରକାରମାନଙ୍କଠାରୁ ଦୁଇ ଦିନ ଭିତରେ ଜବାବ ମାଗିଛନ୍ତି ସୁପ୍ରିମ କୋର୍ଟ। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୮ କୁ ତାରିଖ ଧାର୍ଯ୍ୟ କରାଯାଇଛି। ତେବେ ଏଭଳି ସମସ୍ୟା ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ବିହାରର ଏକ ରେଳ ଷ୍ଟେସନରେ ଏକ ଶିଶୁ ନିଜ ମୃତ ମାକୁ ଉଠାଇବା ପାଇଁ କେଉଁଭଳି ଭାବରେ ଚେଷ୍ଟା କରୁଛି ତାହା ଭାଇରଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି | |

ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହୋଇଥିବା ଏହି ଭିଡ଼ିଓରେ ଛୋଟ ପିଲାଟି ମା’ଙ୍କ ଶରୀରକୁ ଆଂଶିକ ଆଚ୍ଛାଦନ ହୋଇଥିବା କପଡ଼ାକୁ ଟାଣି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି | କପଡାଟି ମୃତ ମାଙ୍କ ଶରୀରରୁ ବାହାରି ଆସୁଥିଲେ ମଧ୍ୟ ମା ଉଠୁନଥିବା ଦେଖି ଶିଶୁଟି ପୁଣି କପଡା ଟାଣି ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି | ଏହି ଭିଡ଼ିଓଟି ବିହାରର ମୁଜାଫରପୁରର ଏକ ଷ୍ଟେସନରୁ ଆସିଛି | ଏଠାରେ ମହିଳା ସୋମବାର ପ୍ରବାସୀମାନଙ୍କୁ ନେଇ ଆସିଥିବା ଏକ ସ୍ୱତନ୍ତ୍ର ଟ୍ରେନରେ ପହଂଚିଥିଲେ ବୋଲି ଜଣା ପଡିଛି | ତେବେ ଷ୍ଟେସନରେ ପହଂଚିବା ପୂର୍ବରୁ ଅଧିକ ଉତ୍ତାପ ଏବଂ ଭୋକ ଉପାସରେ ରହି ସେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି |

ତାଙ୍କ ପରିବାର ଅନୁଯାୟୀ, ମହିଳା ଜଣକ ଖାଦ୍ୟ ଓ ଜଳ ଅଭାବରୁ ଟ୍ରେନରେ ଅସୁସ୍ଥ ଥିଲେ। ସେ ରବିବାର ଗୁଜୁରାଟରୁ ଟ୍ରେନରେ ବସିବା ସହ ସୋମବାର ଟ୍ରେନଟି ମୁଜାଫରନଗର ଷ୍ଟେସନରେ ପହଂଚିବା ପୂର୍ବରୁ ମହିଳାଜଣଙ୍କ ମୃତ୍ୟୁବରଣ କରିଥିଲେ। ପରେ ତାଙ୍କ ମୃତଦେହକୁ ଷ୍ଟେସନରେ ରଖାଯିବ ସହ ତାଙ୍କ ଉପରେ ଏକ କପଡା ଘୋଡାଇ ଦିଆଯାଇଥିଲା | ଏହା ଦେଖି ଛୋଟ ଶିଶୁଟି ନିଜ ମାଙ୍କୁ ଉଠାଇବାରେ ଲାଗିପଡ଼ିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe