ମାଆଙ୍କ ମୁହଁରୁ ଗୀତ ଶୁଣିବା ପରେ ଏହି ୧୦ ମାସିକ ଶିଶୁର ଭାବପ୍ରବଣତା ଆପଣଙ୍କୁ ଚକିତ କରିଦେବ, ଦେଖନ୍ତୁ ଭିଡିଓ

Advertisment
ମାଆଙ୍କ ମୁହଁରୁ ଗୀତ ଶୁଣିବା ପରେ ଏହି ୧୦ ମାସିକ ଶିଶୁର ଭାବପ୍ରବଣତା ଆପଣଙ୍କୁ ଚକିତ କରିଦେବ, ଦେଖନ୍ତୁ ଭିଡିଓ

ସୋସିଆଲ୍‌ ମିଡିଆରେ ଅନେକ ସମୟରେ କୌତୁକିଆ କୁନି ପିଲାମାନଙ୍କର ଭିଡିଓ ସବୁ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ଦେଖି ଆପଣ ଚକିତ ହୋଇଯିବେ। ଭିଡିଓଟିରେ ଦେଖିବାକୁ ମିଳୁଛି ୧୦ ମାସର ଶିଶୁଟିର ମାଆ ଗୀତ ଗାଇବାରେ ଲାଗିଛନ୍ତି। ତାଙ୍କ ଗୀତ ଶୁଣିବା ପରେ ଶିଶୁଟି ଭାବପ୍ରବଣ ଭରା ପ୍ରତିକ୍ରିୟା ପ୍ରଦର୍ଶନ କରିବାରେ ଲାଗିଛି। ଶିଶୁ ଜଣକ ହେଉଛି ମେରି ଲିନେ ଲ୍ୟୁରୋକ୍ସ। ତାଙ୍କ ମାଆ ଯେଉଁ ଗୀତଟି ଗାଉଛନ୍ତି ତାହା ହେଉଛି ‘ମାଇଁ ହାର୍ଟ କ୍ୟାଣ୍ଟ୍‌ ଟେଲ୍‌ ୟୁ ନୋ’। ଏହି ଭିଡିଓଟର ଏବେ ଭିତରେ ୩୭ ମିଲିୟନ୍‌ ଭିୟ୍ୟୁ ହୋଇ ସାରିଲାଣି। ଏହାର ଭିୟ୍ୟୁ ଏବେ ବି ବଢ଼ିବାରେ ଲାଗିଛି। ଯିଏ ବି ଏହାକୁ ଦେଖୁଛନ୍ତି ତାହା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ବାସ୍ତବରେ କ’ଣ ଶିଶୁଟି ଗୀତ ଶୁଣି ଭାବପ୍ରବଣତା ଅନୁଭବ କରୁଛି?

ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ସାସିଆଲ୍‌ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଭଡିଓଟିରେ ନିଜ ବାପା-ମାଆ ପରସ୍ପରଙ୍କୁ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖି ପିଲାଟି କାନ୍ଦୁଥିବାର ଦୃଶ୍ୟମାନ ହୋଇଥଇଲା। ଏହା ଈର୍ଷା ନ ହୋଇ ଅବଚେତନ ମନର ଭୟ ହୋଇଥାଇ ପାରେ। ତେବେ, ପିଲାଟି ଯାହା ବି ଭାବି କାନ୍ଦୁ। ଏହି ଭିଡିଓ ଟି କିନ୍ତୁ ଇଣ୍ଟର୍‌ନେଟ୍‌ ଖୁବ୍‌ ଚର୍ଚ୍ଚା ପାଲଟିଥିଲା। ଭିଡିଓଟି ୟୁଟୁବ୍ୟରେ ଅପ୍‌ଲୋଡ ହେବା ପରେ ସେ ସମୟରେ ପ୍ରାୟ ୪୩ ଲକ୍ଷ ୮୫ ହଜାର ୬୪୫ ଭିୟୁ ହୋଇସାରିଥିଲା। ୧୭ ହଜାର ଲୋକେ ପସନ୍ଦ(ଲାଇକ୍‌) ବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe