ନାଟ୍ୟ ଓ ସିନେ ଜଗତ ପାଇଁ ଅଶୁଭ ବର୍ଷ

Advertisment
ନାଟ୍ୟ ଓ ସିନେ ଜଗତ ପାଇଁ ଅଶୁଭ ବର୍ଷ

Jhalak.com

ନାଟକ ଓ ସିନେ ଜଗତ ପାଇଁ ୨୦୨୦ ବର୍ଷ ଅଶୁଭ ସାବ୍ୟସ୍ତ ହୋଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ର ଜାନୁଆରି ୧୩ରେ ଇହଧାମରୁ ବିଦାୟ ନେଇଗଲେ। ୩ ମାସ ପରେ ଏପ୍ରିଲ୍‌ ୨୬ରେ ନାଟ୍ୟକାର ବିଜୟ ମିଶ୍ରଙ୍କର ଅଚାନକ ମୃତ୍ୟୁ ଶୋକର ଛାୟା ଖେଳାଇ ଦେଇଥିଲା। ଜୁଲାଇ ୨୦ରେ ବିଜୟ ମହାନ୍ତିଙ୍କ ବିୟୋଗର କରୁଣ ଚିତ୍ର ମନରୁ ଲିଭି ନଥିବା ବେଳେ ଦୁଇମାସ ନପୂରୁଣୁ ତାଙ୍କ ବନ୍ଧୁ ତଥା ବିଶିଷ୍ଟ ଅଭିନେତା ଓ ନାଟ୍ୟ ନିର୍ଦେଶକ ଅଜିତ ଦାସ ଆରପାରିକୁ ଚାଲିଯିବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି।

ରାଜ ବବ୍ବର୍‌ଙ୍କ ପାରିବାରିକ ସମସ୍ୟା ପାଇଁ ବମ୍ବେ ଗଲେନି
ଅଭିନେତା ରାଜ ବବ୍ବର୍‌ ଓ ଅଜିତ ଭଚାନି ଥିଲେ ଅଜିତଙ୍କ ଏନ୍‌ଏସ୍‌ଡି ସହପାଠୀ। ପାଠ୍ୟକ୍ରମ ଶେଷ ହେବା ପରେ ୩ଜଣ ବମ୍ବେ ଯାଇ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିବେ ବୋଲି ନିଷ୍ପତ୍ତି ନେଲେ। ମାତ୍ର ରାଜ ବବ୍ବର୍‌ଙ୍କ ପାରିବାରିକ ସମସ୍ୟା ଯୋଗୁଁ ‌ବମ୍ବେ ଯିବା ୨-୩ ମାସ ସ୍ଥଗିତ ହେଲା। ଏହା ମଧ୍ୟରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟ୍ୟ ଅଧ୍ୟାପକ ଭାବେ ଯୋଗଦେବା ପାଇଁ ବାପା କହିବା ପରେ ସେ ବିଜୟ ମହାନ୍ତିଙ୍କ ସହ ଯୋଗଦେଲେ। ପିଲାଙ୍କ ଗହଣରେ ପ୍ରବେଶ ପରେ ସେ ବମ୍ବେ କଥା ପାସୋରିଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe