'ବହୁତ କଞ୍ଜୁସ ହୈ ରେ ତୁ' ! ଜାଣନ୍ତୁ ଘର ମାଲିକଙ୍କ ପାଇଁ ଏଭଳି କାହିଁକି ଲେଖିଲା ଝରକା ଭାଙ୍ଗି ପଶିଥିବା ଚୋର

'ବହୁତ କଞ୍ଜୁସ ହୈ ରେ ତୁ' ! ଜାଣନ୍ତୁ ଘର ମାଲିକଙ୍କ ପାଇଁ ଏଭଳି କାହିଁକି ଲେଖିଲା ଝରକା ଭାଙ୍ଗି ପଶିଥିବା ଚୋର

indiatimes.com

ଶାଜାପୁର: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ଜଣେ ଚୋର ଲେଖିଥିବା ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚୋରକୁ ଘରେ କିଛି ଚୋରି କରିବା ଭଳି ଜିନିଷ ନ ମିଳିବାରୁ ସେ ଘରର ମାଲିକ ପାଇଁ ଏକ ଚିଠି ଲେଖିଥିଲା। ଏଥିରେ ଲେଖାଥିଲା କି, ବହୁତ କଞ୍ଜୁସ ହୈ ରେ ତୁ....। ଏବେ ଚୋରଟି ଲେଖିଥିବା ଚିଠିଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଘଟଣାଟି ଶାଜାପୁର ଜିଲ୍ଲାର ଆଦର୍ଶ ନଗୀନ ନଗର ଘଟିଛି।

ସୂଚନା ମୁତାବକ, ଏଭଳି ଅଜବ ଘଟଣା ଘଟିଛି ସରକାରୀ ଇଞ୍ଜିନିୟର ପରବେଶ ସୋନିଙ୍କ ସହ। ସୋନି ଘରେ ନଥିବା ବେଳେ ଚୋରି କରିବା ଉଦ୍ଦେଶ୍ୟରେ ଚୋର ଘରେ ପଶିଥିଲେ ମଧ୍ୟ ତାକୁ କିଛି ମିଳି ନଥିଲା। ସାରା ରାତି ରହି ଘରର ପ୍ରତି କୋଣ ଖୋଜିଥିଲେ ମଧ୍ୟ ଚୋରକୁ କିଛି ନ ମିଳିବାରୁ ସେ ସୋନିଙ୍କ ପାଇଁ ଏକ ଚିଠି ଲେଖିଥିଲା। ଯେଉଁଥିରେ, ତୁ ବହୁତ କଞ୍ଜୁସ। ଝରକା ଭାଙ୍ଗି ଘରକୁ ପ୍ରବେଶ କରିବା କଷ୍ଟର ଫଳ ବି ମିଳିଲା ନାହିଁ। ରାତି ଖରାପ ହୋଇଗଲା ବୋଲି ଲେଖାଥିଲା। ଯାହା ପରଦିନ ସକାଳେ ସୋନିଙ୍କ ଘରେ କାମ କରୁଥିବା ଗୃହ ସହାୟିକାଙ୍କୁ ମିଳିବା ପରେ ସେ ତୁରନ୍ତ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ।

publive-image indiatimes.com

ସୋନିଙ୍କ ଘରେ ପହଞ୍ଚି ଚୋର ଲେଖିଥିବା ଚିଠିକୁ ଜବତ କରିବା ସହ ଅକ୍ଷର ବିଶେଷଜ୍ଞଙ୍କ ପାଖକୁ ପଠାଇଛି ପୁଲିସ। ଏହା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପ୍ରୟାସ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe