ଆଜି ବାଲ୍‌ ଗଙ୍ଗାଧର ତିଲକଙ୍କ ୧୬୪ତମ ଜୟନ୍ତୀ, ଜାଣନ୍ତୁ ସେ କହି ଯାଇଥିବା ଏହି ସବୁ ଉପାଦେୟ କଥା

Advertisment
ଆଜି ବାଲ୍‌ ଗଙ୍ଗାଧର ତିଲକଙ୍କ ୧୬୪ତମ ଜୟନ୍ତୀ, ଜାଣନ୍ତୁ ସେ କହି ଯାଇଥିବା ଏହି ସବୁ ଉପାଦେୟ କଥା

Zee News

ଆଜି ଲୋକମାନ୍ୟ ବାଲ୍‌ ଗଙ୍ଗାଧର ତିଲକଙ୍କ ୧୬୪ତମ ଜନ୍ମ ବାର୍ଷିକୀ। ତାଙ୍କର ବାସ୍ତବ ନାମ ହେଉଛି କେଶବ ଗଙ୍ଗାଧର ତିଲକ। ଦେଶର ଜଣେ ଆଦ୍ୟ ସ୍ମରଣୀୟ ସ୍ବାଧୀନତା ସଂଗ୍ରାମୀ ହେବା ସହ ଚିନ୍ତକ, ଦାର୍ଶନିକ ଓ ଶିକ୍ଷକ ମଧ୍ୟ ଥିଲେ। ‌‌ସେ ୧୯୫୬ ମସିହା ଜୁଲାଇ ୨୩ ତାରିଖରେ ମହାରାଷ୍ଟ୍ରର ରତ୍ନଗିରିରେ ଜନ୍ମଲାଭ କରିଥିଲେ। ତେବେ, ଚାଲନ୍ତୁ ଜାଣିବା ଏହି ମହାନ ବ୍ୟକ୍ତି କହି ଯାଇଥିବା କିଛି ମହତ ବାଣୀ।

: ସ୍ବରାଜ ମୋର ଜନ୍ମଗତ ଅଧିକାର, ଯାହା ସର୍ବଦା ମୋର ହେଇ କରି ରହିିବ।

: ଆମ ରାଷ୍ଟ୍ର ଏକ ଗଛ ପରି, ଯାହାର ମୂଳ ହେଉଛି ସ୍ବରାଜ।

: ଯଦି ଭଗବାନଙ୍କ ଭିତରେ ଛୁଆଁଅଛୁଆଁ ଅଛି ତ ମୁଁ ତାଙ୍କୁ ଈଶ୍ବର କହିବି ନାହିଁ।

: ଜୀବନ ଏକ ତାସ ଖେଳ ପରି। ତାସର କାର୍ଡ ବାଛିବା ଆମ ହାତରେ ନଥାଏ, ମାତ୍ର ଯାହା ମିଳିଲା ତାହାକୁ ଠିକ୍‌ ଭାବେ ଖେଳିବା ଆମ ହାତରେ ଥାଏ।

publive-image
Amazon.in

: ଉତ୍ସ ଓ କ୍ଷମତାର ଅଭାବ କେବେ ସମସ୍ୟା ନୁହେଁ, ଇଚ୍ଛା ଶକ୍ତିର ଅଭାବ ହିଁ ପ୍ରଥମ ସମସ୍ୟା।

: ସବୁ କିଛି ପରେ ବି ଆମ ହତ୍ୟାକାରୀ, ଆମ ଭାଇ ସଦୃଶ।

: ଅଳସୁଆଙ୍କ ପାଇଁ ଈଶ୍ବର ନ ଥାନ୍ତି, ଈଶ୍ବର କର୍ମଠ ଲୋକଙ୍କ ପାଇଁ ଜନ୍ମ ଦିଅନ୍ତି।

: କୌଣସି ଅସୁବିଧା ସମୟରେ ବିପଦ କିମ୍ବା ଅସଫଳତାର ଭୟ କରନ୍ତୁ ନାହିଁ, ତାହା ନିଶ୍ଚିତ ଭାବେ ଆପଣଙ୍କ ପଥରେ ଆସିବ, ସଜାଗ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe