ବ୍ୟାଙ୍କିଙ୍ଗ୍‌ ସୂତ୍ର: ଇଲେକ୍ଟ୍ରୋନିକ୍ କ୍ଲିଅରିଙ୍ଗ୍ ସର୍ଭିସ୍

Advertisment
ବ୍ୟାଙ୍କିଙ୍ଗ୍‌ ସୂତ୍ର: ଇଲେକ୍ଟ୍ରୋନିକ୍ କ୍ଲିଅରିଙ୍ଗ୍ ସର୍ଭିସ୍

ବ୍ୟାଙ୍କ୍ ମାଧ୍ୟମରେ ଏକକାଳୀନ ବହୁସଂଖ୍ୟକ ଗ୍ରାହକଙ୍କ ସହ ଆର୍ଥିକ ନେଣଦେଣ କରିବାକୁ ଥିଲେ ଇଲେକ୍ଟ୍ରୋନିକ୍ କ୍ଲିଅରିଙ୍ଗ୍ ସର୍ଭିସ୍ ବା ଇ.ସି.ଏସ୍. ବ୍ୟବସ୍ଥାର ବ୍ୟବହାର କରାଯାଏ। ଇ.ସି.ଏସ୍. ଦୁଇ ପ୍ରକାରର- ଇସିଏସ୍-କେଡ୍ରିଟ୍ ଓ ଇସିଏସ୍-ଡେବିଟ୍। ସରକାରୀ ଅଫିସ୍ ଓ ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ପ୍ରତି ମାସରେ ଅନେକ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଖାତାକୁ ଦରମା ପଠାଇବାକୁ ଥାଏ। ସେହିପରି ପେନ୍‌ସନ୍‌ଭୋଗୀମାନଙ୍କୁ ପ୍ରତି ମାସରେ ପେନ୍‌ସନ୍ ପ୍ରଦାନ ବା କମ୍ପାନିର ଅଂଶଧାରକମାନଙ୍କ ଖାତାକୁ ଲାଭାଂଶ ପ୍ରଦାନ ଆଦି କ୍ଷେତ୍ରରେ ଇସିଏସ୍ କ୍ରେଡିଟ୍ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହି ବ୍ୟବସ୍ଥା ମାଧ୍ୟମରେ ଅତି ସହଜରେ ଭିନ୍ନ ଭିନ୍ନ ବ୍ୟାଙ୍କ୍ ଶାଖାରେ ଖାତା ରଖିଥିବା ବହୁସଂଖ୍ୟକ ବ୍ୟକ୍ତିଙ୍କୁ ଏକସମୟରେ ଟଙ୍କା ପଠାଇହୁଏ। ଟଙ୍କା ପଠାଉଥିବା ଅନୁଷ୍ଠାନ ଯେଉଁମାନଙ୍କ ଖାତାକୁ ଟଙ୍କା ଯିବ, ସେମାନଙ୍କର ବ୍ୟାଙ୍କ ଖାତାର ସଂପୂର୍ଣ୍ଣ ସୂଚନା ଥରେ ନିଜ ବ୍ୟାଙ୍କକୁ ଦେଇଦେଲେ, ଇସିଏସ୍-କ୍ରେଡିଟ୍ ମାଧ୍ୟମରେ ଏତେଗୁଡ଼ିଏ ଖାତାକୁ ଟଙ୍କା ପଠାଯାଇପାରେ।

ସେହିପରି କୌଣସି ଅନୁଷ୍ଠାନ ଗ୍ରାହକମାନଙ୍କ ବ୍ୟାଙ୍କ୍ ଖାତାରୁ ନିୟମିତ ଭାବରେ ଋଣର ଇଏମ୍ଆଇ, ବୀମା ପ୍ରିମିୟମ୍, ବିଦ୍ୟୁତ୍ ଓ ଫୋନ୍ ବିଲ୍ ଆଦି ଆଦାୟ କରିବା ପାଇଁ ଚାହୁଁଥିଲେ ଇସିଏସ୍ ଡେବିଟ୍ ବ୍ୟବସ୍ଥାର ବ୍ୟବହାର କରନ୍ତି। ଏଥିପାଇଁ ସେମାନେ ଗ୍ରାହକମାନଙ୍କଠାରୁ ଇସିଏସ୍ ଡେବିଟ୍ ପାଇଁ ମାଣ୍ଡେଟ୍ ବା ଅନୁମତି ସଂଗ୍ରହ କରନ୍ତି। ଏହି ଅନୁମତି ପତ୍ର ବ୍ୟାଙ୍କକୁ ଦେବା ପରେ ଠିକ୍ ସମୟରେ ଧାର୍ଯ୍ୟ ପରିମାଣର ଅର୍ଥ ଗ୍ରାହକଙ୍କ ବ୍ୟାଙ୍କ୍ ଖାତାରୁ କଟି ସଂପୃକ୍ତ ଅନୁଷ୍ଠାନର ଖାତାକୁ ଚାଲିଯାଏ। ଏହି ବ୍ୟବସ୍ଥା ସଂପୃକ୍ତ ଅନୁଷ୍ଠାନ ଓ ଗ୍ରାହକ ଉଭୟଙ୍କ ପାଇଁ ସୁବିଧାଜନକ, କାରଣ ଗ୍ରାହକଙ୍କୁ ପଇଠ ତାରିଖ ମନେ ରଖିବା, ପ୍ରତିଥର ଚେକ୍ ଦେବା ବା ଅନ୍‌ଲାଇନ୍ ଟ୍ରାନ୍‌ସଫର୍‌ ଭଳି ଝଞ୍ଜଟରୁ ମୁକ୍ତି ମିଳେ। ତେବେ ଇସିଏସ୍ ଡେବିଟ୍ ପାଇଁ ଅନୁମତି ଦେବା ସମୟରେ ନିଜର ବ୍ୟାଙ୍କ୍ ଖାତା ସଂପର୍କିତ ସମସ୍ତ ତଥ୍ୟ ନିର୍ଭୁଲ୍ ଭାବେ ଦେବା ଉଚିତ। ତା’ଛଡ଼ା ଧାର୍ଯ୍ୟ ତାରିଖରେ ନିଜ ବ୍ୟାଙ୍କ୍ ଖାତାରେ ଆବଶ୍ୟକ ପରିମାଣର ଅର୍ଥ ଅଛି ବୋଲି ମଧ୍ୟ ସୁନିଶ୍ଚିତ କରିବା ଉଚିତ। ନଚେତ୍ ଇସିଏସ୍ ଡେବିଟ୍ ବିଫଳ ହୁଏ ଏବଂ ଏଥିପାଇଁ ଗ୍ରାହକଙ୍କୁ ଅର୍ଥଦଣ୍ଡ ଦେବାକୁ ହୋଇଥାଏ ଏବଂ ତାଙ୍କ କ୍ରେଡିଟ୍‌ ସ୍କୋର୍‌ ବି ଖରାପ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe