ବ୍ୟାଙ୍କିଙ୍ଗ୍‌ ସୂତ୍ର: ବ୍ୟାଙ୍କିଂରେ ସାଇବର୍‌ ସୁରକ୍ଷା

ର୍ତ୍ତମାନ ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍‌ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି। କା‌ରଣ ଏବେ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ୍‌ ମାଧ୍ୟମରେ ବ୍ୟାଙ୍କ୍‌ କାରବାର କରୁଛନ୍ତି।

affaffa

ବର୍ତ୍ତମାନ ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍‌ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି। କା‌ରଣ ଏବେ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ୍‌ ମାଧ୍ୟମରେ ବ୍ୟାଙ୍କ୍‌ କାରବାର କରୁଛନ୍ତି। ଆଉ ସାଇବର୍‌ ଠକେଇ ବି ବଢ଼ିଯାଇଛି। ଏଥିପାଇଁ ସାଇବର୍‌ ସିକ୍ୟୁରିଟି ବିଷୟରେ ଜାଣିବା ଜଣେ ଖାତାଧାରକ ଲାଗି ଜରୁରି ହୋଇପଡ଼ିଛି। 

 ବ୍ୟାଙ୍କିଂ ସାଇବର୍‌ ସୁରକ୍ଷା କ’ଣ?
ସଫ୍ଟଓୟାର୍‌ ପରିଚାଳିତ ବିଭିନ୍ନ ତନଖି ବ୍ୟବସ୍ଥା ଦ୍ବାରା ବ୍ୟାଙ୍କ୍‌ ତା’ର ଗ୍ରାହକଙ୍କ ଖାତା ଓ କାରବାରକୁ ସୁରକ୍ଷିତ କରିଥାଏ।  ପ୍ରତି ଆର୍ଥିକ ପ୍ରତିଷ୍ଠାନ ସେମାନଙ୍କ ଗ୍ରାହକଙ୍କୁ ସାଇବର୍‌ ଠକେଇରୁ ରକ୍ଷା କରିବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଖାତାଧାରକଙ୍କ ଜରୁରି ତଥ୍ୟ, କାରବାର ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ।

 ସାଇବର୍‌ ସୁରକ୍ଷା କାହିଁକି ଜରୁରି?
ବ୍ୟାଙ୍କ୍‌ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ବିବରଣୀ ଓ ଆର୍ଥିକ ସୂଚନା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥାଏ। ସାଇବର୍‌ ସିକ୍ୟୁରିଟି ନ ରହିଲେ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ ଏବଂ ଏହାସହିତ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ। ବିଶ୍ୱାସ ବଜାୟ ରଖିବା: ସାଇବର୍‌ ସୁରକ୍ଷା ବ୍ୟବସ୍ଥା ଦ୍ବାରା ବ୍ୟାଙ୍କ୍‌ ସେମାନଙ୍କର ଟଙ୍କା ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେଇପାରିବ ବୋଲି ଗ୍ରାହକମାନେ ଆସ୍ଥା ରଖନ୍ତି। 
ନିୟାମକ ଅନୁପାଳନ: ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ତଥ୍ୟ ସୁରକ୍ଷା ସମ୍ବନ୍ଧରେ କଠୋର ନିୟମ ମାନିବା ଆବଶ୍ୟକ। ଏଥିରେ ବିଫଳ ହେଲେ ପ୍ରତିଷ୍ଠାନଗୁଡ଼ିକ କଠୋର ଦଣ୍ଡର ସମ୍ମୁଖୀନ ହେବା ସହିତ ସେମାନେ ପ୍ରତିଷ୍ଠା ହରାଇପାରନ୍ତି। ଆର୍ଥିକ କ୍ଷତି ରୋକିବା: ସାଇବର୍‌ ଆକ୍ରମଣ ଦ୍ୱାରା ବ୍ୟାଙ୍କ୍‌ ଓ ଖାତାଧାରକଙ୍କ ପାଇଁ ସିଧାସଳଖ ଆର୍ଥିକ କ୍ଷତି ହୋଇପାରେ। ପ୍ରଭାବଶାଳୀ ସାଇବର୍‌ ସୁରକ୍ଷା ଏହି ବିପଦକୁ କମ୍‌ କରିଥାଏ।

 ସାଇବର୍‌ ଠକେଇରୁ କିପରି ବର୍ତ୍ତିବେ?
ଶକ୍ତିଶାଳୀ ପାସ୍‌ୱାର୍ଡ: ଅକ୍ଷର, ସଂଖ୍ୟା ଓ ଚିହ୍ନ ବ୍ୟବହାର କରି ଜଟିଳ ପାସ୍‌ୱାର୍ଡ ତିଆରି କରନ୍ତୁ। ଜନ୍ମଦିନ କିମ୍ବା ସାଧାରଣ ଶବ୍ଦ ପରି ସହଜରେ ଅନୁମାନଯୋଗ୍ୟ ତଥ୍ୟ ବ୍ୟବହାର କରି ପାସୱାର୍ଡ ଗଠନରୁ ଦୂରେଇ ରୁହନ୍ତୁ। ମଲ୍ଟି-ଫ୍ୟାକ୍ଟର୍‌ ଅଥେଣ୍ଟିକେସନ୍‌ (ଏମ୍‌ଏଫ୍‌ଏ): ଏମ୍‌ଏଫ୍‌ଏ ଆପଣଙ୍କ ପାସ୍‌ୱାର୍ଡ ବ୍ୟତୀତ ଭେରିଫିକେସନ୍‌ର ଅନ୍ୟ ଦିଗ ମଧ୍ୟ ଯାଞ୍ଚ କରିଥାଏ। ଏହାଦ୍ବାରା ହ୍ୟାକିଂର ଆଶଙ୍କା କମିଯାଏ।
ସୂଚନା ପ୍ରଦାନରେ ସତର୍କତା: ବ୍ୟକ୍ତିଗତ ସୂଚନା ମାଗୁଥିବା ଅବାଞ୍ଛିତ ଇମେଲ୍‌, ଫୋନ୍‌ କଲ୍‌ କିମ୍ବା ବାର୍ତ୍ତା ପ୍ରତି ସତର୍କ ରହନ୍ତୁ। କୌଣସି ବିବରଣୀ ପ୍ରଦାନ କରିବା ପୂର୍ବରୁ ସର୍ବଦା ତାହାର ଉତ୍ସ ଯାଞ୍ଚ କରନ୍ତୁ। ନିୟମିତ ସଫ୍‌ଟଓୟାର ଅପ୍‌ଡେଟ୍: ଠକେଇରୁ ରକ୍ଷା ପାଇବା ପାଇଁ ଆପଣଙ୍କ କମ୍ପ୍ୟୁଟର୍‌ ଓ ଫୋନ୍‌ର ଅପରେଟିଂ ସିଷ୍ଟମ୍, ବ୍ରାଉଜର୍ ଓ ବ୍ୟାଙ୍କିଂ ଆପ୍‌କୁ ନିୟମିତ ଅପ୍‌‌େଡଟ୍‌ କରନ୍ତୁ।

ନିୟମିତ ଆକାଉଣ୍ଟ ଯାଞ୍ଚ: କୌଣସି ଅନଧିକୃତ କାରବାର ସମ୍ପର୍କରେ ଜାଣିବା ଲାଗି ନିୟମିତ ଭାବେ ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ୍‌ ଓ ଆକାଉଣ୍ଟ୍‌ କାର୍ଯ୍ୟକଳାପକୁ ଯାଞ୍ଚ କରନ୍ତୁ।

ଡିଭାଇସ୍‌ ସୁରକ୍ଷା: ଆପଣଙ୍କ ଡିଭାଇସ୍‌କୁ ମାଲ୍‌ୱେର୍‌ରୁ ରକ୍ଷା କରିବା ପାଇଁ ଆଣ୍ଟିଭାଇରସ୍‌ ସଫ୍‌ଟଓୟାର ଓ ଫାୟାର୍‌ୱାଲ୍‌ ବ୍ୟବହାର କରନ୍ତୁ। ବ୍ୟାଙ୍କିଂ କାରବାର ପାଇଁ ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରନ୍ତୁ ନାହିଁ।

ଏସବୁ ଛଡ଼ା ସାଧାରଣ ସାଇବର୍‌ ବିପଦକୁ କିପରି ଚିହ୍ନିହେବ ସେ ବିଷୟରେ ସର୍ବଦା ଅବଗତ ରହିବା ଜରୁରି। ଗ୍ରାହକମାନଙ୍କୁ ଅନ୍‌ଲାଇନ୍‌ କାରବାରରେ ସଚେତନ ରହିବାକୁ ଅନେକ ବ୍ୟାଙ୍କ୍‌ ତାଲିମ ଦେଇଥାନ୍ତି। ତଥାପି ହ୍ୟାକର୍‌ମାନେ ଲୋକମାନଙ୍କୁ ଠକିବାର ନୂଆନୂଆ କୌଶଳ ଆପଣାନ୍ତି। ସେସବୁକୁ ପ୍ରତିହତ କରିବା ପାଇଁ ନିଜର ଗୁରୁତ୍ବପୂର୍ଣ୍ଣ ତଥ୍ୟ କାହାକୁ ଜଣାଇବା ଅନୁଚିତ। ନିଜେ ସଚେତନ ରହିଲେ ହିଁ ଏପରି ବିପଦକୁ ଏଡ଼ାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe