ମୃତ ଶିଶୁକୁ ପୋତିବାକୁ ନେଇଥିବା ସମୟରେ ସେହି ଗାତରେ ଥିବା ଏକ ମାଠିଆ ଭିତରୁ ମିଳିଲା ଜୀବନ୍ତ ନବଜାତ ଶିଶୁ !

Advertisment
ମୃତ ଶିଶୁକୁ ପୋତିବାକୁ ନେଇଥିବା ସମୟରେ ସେହି ଗାତରେ ଥିବା ଏକ ମାଠିଆ ଭିତରୁ ମିଳିଲା ଜୀବନ୍ତ ନବଜାତ ଶିଶୁ !

ବରେଲି:  କଥାରେ ଅଛି ‘ଯାହାକୁ ରଖିବ ଅନନ୍ତ କି କରିପାରେ ବଳବନ୍ତ’।  ଏହି ଉକ୍ତିର ଆଉ ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ବରେଲିରେ ଜଣେ ବ୍ୟକ୍ତି ନିଜ ମୃତ ଶିଶୁକୁ ପୋତିବାକୁ ନେଉଥିବା ସମୟରେ ସେହି ଗାତରେ ଥିବା ଏକ ମାଠିଆ ଭିତରୁ ଆଉ ଏକ ନବଜାତ ଶିଶୁକୁ ଜୀବନ୍ତ ଅବସ୍ଥାରେ ପାଇ ସେ ପୂରା ସ୍ତବ୍ଧ ହୋଇଯାଇଥିଲେ।

publive-image

ସିବିଗଞ୍ଜରେ ରହୁଥିବା ହିତେଶ କୁମାରଙ୍କ ପତ୍ନୀ ବୈଶାଳୀ ଅନ୍ତସତ୍ତ୍ୱା ଥିଲେ। ବୈଶାଳୀ କିଛିଦିନ ତଳେ ଏକ ଅପରିପକ୍ୱ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମଦେବାର କିଛି ସମୟ ପରେ ଉକ୍ତ ଶିଶୁର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ପରିବାରବର୍ଗ ମୃତ ଶିଶୁକୁ ଗାତ ଖୋଳି ପୋତିବାକୁ ଶ୍ମଶାନ ନେଇଥିଲେ। ଗାତ ଖୋଳୁଥିବା ସମୟରେ ତିନିଫୁଟ ଗାତ ଭିତରେ ଏକ ମାଠିଆ ଥିବା ଦେଖିବାକୁ ପାଇଥିଲେ। କେବଳ ଏତିକି ନୁହେଁ, ଏହି ମାଠିଆ ଭିତରେ ଏକ ଜୀବନ୍ତ ନବଜାତ ଶିଶୁ ଥିବା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାପରେ ଏହି ଘଟଣା ସମ୍ପର୍କରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲା। ହସ୍‌ପିଟାଲ୍‌ ଷ୍ଟାଫ୍‌ ଶିଶୁର ନାମ ‘ସୀତା’ ରଖିଛନ୍ତି।

publive-image
ଶିଶୁକୁ ଏଭଳି କିଏ ପୋତି ଥିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହିତ ଶିଶୁର ପିତା-ମାତାଙ୍କୁ ବି ଖୋଜା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe