ନୂଆଦିଲ୍ଲୀ: ଗ୍ରୀଷ୍ମ ଦିନରେ ପାଣି ପାଇଁ ସମସ୍ତେ ଆକୁଳ ହୋଇଥାଆନ୍ତି। ବିଶେଷ ଭାବେ ଜୀବଜନ୍ତୁ ପାଣି ଟୋପାଏ ପାଇଁ ଆଉଟୁ ପାଉଟୁ ହୋଇଯାଇଥାଆନ୍ତି। ଏଭଳି ପରିସ୍ଥିତିରେ କୌଣସି ସ୍ଥାନରେ ଯଦି ସେମାନେ ପାଣି ଦେଖନ୍ତି ମନଭରି ପିଇବା ସହିତ ନିଜ ଶରୀରକୁ ଭିଜାଇ ଦେଇଥାଆନ୍ତି। ନିକଟରେ ଏକ କିଙ୍ଗ କୋବ୍ରା ବା ଅହିରାଜ ସାପକୁ ଜଣେ ଯୁବକ ସ୍ନାନ କରାଇ ଦେଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓଟିକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟରରେ ପୋଷ୍ଟ କରିବା ପରେ ପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ପ୍ରକୃତରେ କେରଳର ବୋଲି ଜଣାପଡିଛି । ଭିଡିଓରେ ଅହିରାଜକୁ ବାଲଟି ପରେ ବାଲଟି ଜଳ ଢାଳି ଜଣେ ଯୁବକ ଗାଧୋଇ ଦେଉଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସ୍ନାନ ସହିତ ସାପ ମୁଣ୍ଡକୁ ଉକ୍ତ ଯୁବକ ଜଣକ ଥାପୁଡାଇ ବି ଦେଉଛନ୍ତି। ଏଥିସହିତ ଏପରି ଦୁଃସାହସିକ କାମ କେହି କରିବାକୁ ଉଦ୍ୟମ କରିବା ଅନୁଚିତ ବୋଲି ଆଇଏଫଏସ ସୁଶାନ୍ତ ଲେଖିଛନ୍ତି।
/sambad/media/post_attachments/wp-content/uploads/2020/05/Untitled-1-copy-26-300x225.jpg)
ବିଷାକ୍ତ ଅହିରାଜ ମଧ୍ୟ ଏହି ଜଳସ୍ନାନର ବେଶ୍ ମଜା ଉଠାଉଛି । ସାପଟି କୌଣସି ପ୍ରକାର ପ୍ରତିକ୍ରିୟାଶୀଳ ହେଉନାହିଁ। ସାପକୁ ଏମିତି ଦୁଃସାହସିକ ଭାବେ ଗାଧୋଇ ଦେଉଥିବା ଯୁବକ ନାମ ଭାବା ସୁରେଶ । କେରଳରେ ବସବାସ କରୁଥିବା ସୁରେଶ ଅହିରାଜକୁ ବୋଲ ମନାଇବାରେ ବେଶ୍ ପରାଙ୍ଗମ।
Follow Us