ନୂଆଦିଲ୍ଲୀ: ସିଧାପ୍ରସାରଣ ସମୟରେ ଜଣେ ଉପସ୍ଥାପକ ଭୁଲ କଥା କହି ଦେଇଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିବିସିର ଉପସ୍ଥାପକଙ୍କୁ ଖବର ପଢ଼ିବା ପାଇଁ ବସିଥିବା ଦେଖିବାକୁ ମିଳୁଛି।୧୨ ସେକେଣ୍ଡର ଭିଡିଓ କ୍ଲିପରେ ବିବିସି ଉପସ୍ଥାପକ ମିଷ୍ଟର ବାର୍ଲୋ ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହିତ ସିଧାସଳଖ ଖବର ପ୍ରସାରଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ସେ ‘ଆପଣ ଦେଖୁଛନ୍ତି କହିବା ବଦଳରେ, କହିଥିଲେ, ‘ମୁଁ ଦେଖୁଛି’। ଏଭଳି କହିବା ପରେ ଉପସ୍ଥାପକ ବିଚଳିତ ହୋଇପଡ଼ୁଛି। ପୁଣି ସ୍ଥିର ହୋଇ ଖବରକୁ ଆଗକୁ ନେଉଛନ୍ତି।’
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହି ଉପସ୍ଥାପକଙ୍କ ଏହି ତ୍ରୁଟିକୁ ନେଇ ପରିହାସ କରୁଥିବା ବେଳେ ଆଉ କେହି କହିଛନ୍ତି କିଛି କଥା ନାହିଁ, ‘ସମୟସମୟରେ ଏମିତି ଭୁଲ ହୋଇ ଯାଇଥାଏ। ଉପସ୍ଥାପକ ହେଲ ବୋଲି କ’ଣ ଭୁଲ ହେବ ନାହିଁ।’
ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବି ଖବରର ସିଧା ପ୍ରସାରଣ ସମୟରେ ହେଉ ଅବ ଲାଇଭ ରିପୋର୍ଟିଂ ସମୟରେ ଟେଲିଭିଜନ ଉପସ୍ଥାପକ/ ଉପସ୍ଥାପିକାଙ୍କ ସହିତ ବିଭିନ୍ନ ଘଟଣା ଘଟିସାରିଛି। ଯାହାର ଭିଡିଓ ବି ସାମ୍ନାକୁ ଆସିଛି।
Follow Us