ଫାଟିଯାଉଛି ହଟ୍ ୱାଟର ବ୍ୟାଗ୍: ବ୍ୟବହାର କରୁଥିଲେ ସାବଧାନ ! ଶରୀର ପାଇଁ ସାଜିପାରେ କାଳ...

HOT WATER

Photograph: (SAMBAD.IN)

ଲଣ୍ଡନ: ଗରମ ପାଣି ବ୍ୟାଗ୍ ବ୍ୟବହାର କରୁଥିଲେ ସାବଧାନ । ଯଦି ଆପଣ ଦେହର ଯନ୍ତ୍ରଣା, ପେଟର ଯନ୍ତ୍ରଣା କିମ୍ବା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ହଟ୍ ୱାଟର ବ୍ୟାଗ୍ ବ୍ୟବହାର କରୁଛନ୍ତି ତାହାଲେ ଏବେଠୁ ହୋଇଯାଆନ୍ତୁ ସତର୍କ କାରଣ ଏହି ଯନ୍ତ୍ରଣା ଉପଶମକାରୀ ଯନ୍ତ୍ର ବି ଆପଣଙ୍କ ଶରୀର ପାଇଁ କାଳ ହୋଇପାରେ, ଏହା ବି ବେଳ ପଡିଲେ ଆପଣଙ୍କ ଜୀବନ ନେଇପାରେ ।

ଜଣେ ବ୍ରିଟିସ ମହିଳା ପିରିୟଡ ଜନିତ ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ତଳିପେଟରେ ଉକ୍ତ ଗରମ ପାଣି ଥଳିକୁ ଚାପି ଧରିଥିଲେ ମାତ୍ର ଏହା କିଛି ସମୟ ପରେ ହଠାତ୍ ଫାଟିଗଲା ଏବଂ ଫୁଟୁଥିବା ଗରମ ପାଣି ବ୍ୟାଗରୁ ବାହାରି ମହିଳାଙ୍କ ଜଙ୍ଘରେ ପଡିଗଲା । ସ୍ଥିତି ଏମିତି ହେଲା ଯେ ତାଙ୍କ ଜଙ୍ଘର ଅନେକ ଅଂଶ ପୋଡିଗଲା, ଫୋଟକା ପରେ ଘା’ ହୋଇଗଲା ଏବଂ ତାହା ଜମା ଶୁଖିଲାନି । ଏମିତି ସ୍ଥିତିରେ ପ୍ରାୟ ୧ ମାସ କାଳ ମହିଳା ଜଣଙ୍କ ଚଲାବୁଲା କରିପାରିଲେନି । 

ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କ ଉକ୍ତ ବ୍ୟାଗକୁ ୫ରୁ ୭ ବର୍ଷ ରଖିଥିଲେ ତେଣୁ ଅଧିକ ଦିନ ହୋଇଗଲେ ସେସବୁ ବ୍ୟାଗ ଏମିତି ଫାଟିଯିବାର ଆଶଙ୍କା ଥାଏ । ତେଣୁ ଆପଣ ଯଦି ହଟ୍ ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି ତାହାଲେ ୩ ବର୍ଷରେ ଥରେ ବଦଳାଇ ଦିଅନ୍ତୁ

ତେବେ ଆସନ୍ତୁ ଜାଣିବା କେମିତି ସୁରକ୍ଷିତ ଭାବେ ବ୍ୟବହାର କରିବେ ହଟ୍ ୱାଟର ବ୍ୟାଗ

-ବୈଦ୍ୟୁତିକ ହଟ୍ ୱାଟର ବ୍ୟାଗ ଶୋଇବା ବେଳେ ବ୍ୟବହାର କରନ୍ତୁନି କିମ୍ବା ଏହି ବ୍ୟାଗକୁ ବ୍ୟବହାର କରି ନିଦରେ ଶୋଇପଡନ୍ତୁନି
-ଯଦି ଆପଣଙ୍କର ପତଳା ଚମଡା ତାହାଲେ ହଟ୍ ୱାଟର ବ୍ୟାଗ ବ୍ୟବହାର କରନ୍ତୁ ନାହିଁ
-ଯଦି ଦେହରେ କୌଣସି ସ୍ଥାନରେ କ୍ଷତ ଖୋଲା ଅଛି ତାହାଲେ ବି ହଟ୍ ୱାଟର ବ୍ୟାଗ ବ୍ୟବହାର କରନ୍ତୁନି
-ଯେତେବେଳେ ବି ହଟ୍ ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି ଦେହରେ କିଛି ବି କପଡା ପକେଇ ତା ଉପରେ ରଖନ୍ତୁ । କାରଣ ଟିକେ ଅସାବଧାନତା ହେଲେ ଶରୀର ବି ପୋଡିଯାଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe