ମୋବାଇଲ ଫୋନ ଚାର୍ଜ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ଅଥବା ଘଟିପାରେ ର୍ଦୁଘଟଣା

Advertisment
ମୋବାଇଲ ଫୋନ ଚାର୍ଜ କଲାବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ : ଅଥବା ଘଟିପାରେ ର୍ଦୁଘଟଣା

Buzz Ghana

ଆଜିକାଲି ମନୁଷ୍ୟଙ୍କ ଜୀବନରେ ଏକ ଅତି ଆବଶ୍ୟକୀୟ ଜିନିଷ ପାଲିଟିଛି ସ୍ମାର୍ଟଫୋନ ବା ମୋବାଇଲ । ପାଖରେ ମୋବାଇଲ ନଥିଲେ ଜୀବନଟି ଅସ୍ତବ୍ୟସ୍ତ ହୋଇପଡ଼ୁଛି । କାରଣ ମୋବାଇଲ ପାଇଁ ଅନେକ ଜରୁରୀ କାର୍ଯ୍ୟ ବହୁତ କମ ସମୟ ମଧ୍ୟରେ ସମ୍ଭବପର ହୋଇପାରୁଛି। କିନ୍ତୁ ସ୍କାର୍ଟଫୋନ ବ୍ୟବହାର କରିବା ସମୟରେ ବାଧକ ସୃଷ୍ଟି କରିଥାଏ ଏହାର ଚାର୍ଜ । ସେଥିପାଇଁ ଆପଣ ବାରମ୍ବାର ଚାର୍ଜ କରିବା ପାଇଁ ସ୍ଥାନ ଖୋଜିଥାନ୍ତି । ତେବେ ଆଜିକାଲି ଅନେକ ପ୍ରକାରର ଆପଣ ଭିଡ଼ିଓ ଏବଂ ଫଟୋ ଦେଖୁଥିବେ ଯେଉଁଥିରେ ଅଧିକ ଚାର୍ଜ ଏବଂ ଚାର୍ଜରେ ବସାଇ ବ୍ୟବହାର କରୁଥିବା ଯୋଗୁଁ ମୋବାଇଲ ଫାଟିବାର ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ସ୍କାର୍ଟଫୋନ ଚାର୍ଜ କଲା ସମୟରେ କଣ କଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

publive-image www.patrika.com

ଅଧିକ ସମୟ ଫୋନ ବ୍ୟବହାର କରିବା ପାଇଁ ପ୍ରାୟତଃ ଲୋକମାନେ ୧୦୦ ପ୍ରତିଶତ ଚାର୍ଜ କରିଥାନ୍ତି ।ତେବେ ଏହା ଦ୍ୱାରା ମୋବାଇଲ ଫାଟିବାର ସମ୍ଭାବନା ଦେଖାଯାଇଥାଏ । ଏଣୁ ମୋବାଇଲକୁ କଦାପି ସପୂର୍ଣ୍ଣ କିମ୍ବା ୧୦୦ ପ୍ରତିଶତ ଚାର୍ଜ କରନ୍ତୁ ନାହିଁ । ଲିଥିୟନ ଆୟନ ଯୁକ୍ତ ବ୍ୟାଟେରୀକୁ ସର୍ବଦା କମ ଚାର୍ଜ କରିବା ଉଚିତ । ଏହା କମଚାର୍ଜରେ ମଧ୍ୟ ଅଧିକ ସମୟ ଚାଲିଥାଏ ।

publive-image FonePaw

କେବେ ମଧ୍ୟ ଫୋନରେ ସପୂର୍ଣ୍ଣ ଚାର୍ଜ ଶେଷ ହେଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଫୋନ ଚାର୍ଜ ୧୫ ପ୍ରତିଶତରୁ କମ ହେବା ପୂର୍ବରୁ ହିଁ ତୁରନ୍ତ ଚାର୍ଜ କରନ୍ତୁ । କେବେ ମଧ୍ୟ ସମ୍ପୂର୍ଣ୍ଣ ଚାର୍ଜ ଶେଷ ହେବା ପାଇଁ ଦିଅନ୍ତୁ ନାହିଁ । ଭୁଲରେ ମଧ୍ୟ ଫୋନକୁ ଗରମ ସ୍ଥାନରେ ରଖି ଚାର୍ଜ କରନ୍ତୁ ନାହିଁ । କାରଣ ମୋବାଇଲଟି ଚାର୍ଜ ହେବା ସହ ଗରମ ହେବା ଆରମ୍ଭ ହୋଇଥାଏ ଏହି ସମୟରେ ତାକୁ ପୁଣି ଗରମ ସ୍ଥାନରେ ରଖିବା ମାତ୍ରେ ଫାଟିବାର ଅଧିକ ସମ୍ବାବନା ରହିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe