ଏପରି ଏକ ଗ୍ରାମ ଯେଉଁଠାରେ ଫଟୋ ଉଠାଇଲେ ଦେବାକୁ ପଡ଼େ ଜରିମାନା

ଏପରି ଏକ ଗ୍ରାମ ଯେଉଁଠାରେ ଫଟୋ ଉଠାଇଲେ ଦେବାକୁ ପଡ଼େ ଜରିମାନା

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ଗ୍ରାମ ରହିଛି ଯାହାର ସୌନ୍ଦର୍ଯ୍ୟ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ ହୁଏ ନାହିଁ । ଏଥିପାଇଁ ସାଧାରଣତଃ ଲୋକ ଫଟୋ ଦ୍ୱାରା ସୌନ୍ଦର୍ଯ୍ୟକୁ ଆବନ୍ଧ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏପରିକି କୌଣସି ବ୍ୟକ୍ତି ଯଦି କୌଣସି ସ୍ଥାନକୁ ଭ୍ରମଣ ନିମନ୍ତେ ଯାଇଥାନ୍ତି ଏହାର ପ୍ରମାଣ କିମ୍ବା ସ୍ମୃତି ସ୍ୱରୂପ ସେଠାକାର ଫଟୋ ଉଠାଇ ଆଣିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ ଫଟୋ ଉଠାଇବା ସଂପୂର୍ଣ୍ଣ ନିଷେଧ। ନ୍ୟୁଜିଲାଣ୍ଡର ବରଗୁନ୍‌ ନାମକ ଏକ ଗ୍ରାମରେ ଗ୍ରାମବାସୀ ସେଠାରେ ଫଟୋ ଉଠାଇବା ନିଷେଧ କରିଛନ୍ତି। ସେମାନଙ୍କ ଅନୁଯାୟୀ ଫଟୋ ଉଠାଇବା ଦ୍ୱାରା ତାଙ୍କ ଗ୍ରାମର ସୌନ୍ଦର୍ଯ୍ୟ ହ୍ରାସ ହେବାର ସମ୍ଭାବନା ରହିଛି।

publive-image punjabkesari

ନ୍ୟୁଜିଲାଣ୍ଡର ଏକ ଛୋଟ ଅଞ୍ଚଳ ବରଗୁନ୍‌ ଠାରେ ସ୍ଥାନୀୟ ଲୋକ ସେମାନଙ୍କ ଅଞ୍ଚଳର ସୌନ୍ଦର୍ଯ୍ୟ କମ ହେବ ବୋଲି ସେଠାରେ ଫଟୋ ଉଠାଇବା ଉପରେ ନିଷେଧାଦେଶ ନିୟମ ଲାଗୁ କରିଛନ୍ତି । ଯଦି ଭୁଲରେ ଆପଣ ସେଠାରେ ଫଟୋ ଉଠାନ୍ତି, ତେବେ ଆପଣଙ୍କୁ ନ୍ୟୁଜିଲାଣ୍ଡ ମୁଦ୍ରା ଅନୁଯାୟୀ ୪୧୩ ଡ଼ଲାର ଦେବା ପାଇଁ ପଡ଼ିଥାଏ । ତେବେ ଏହି ନିୟମ ସେଠକାର ସରକାର ଲାଗୁ କରି ନାହାନ୍ତି ବରଂ ସ୍ଥାନୀୟ ବାସିନ୍ଦା ଏହି ନିୟମ ଆରମ୍ଭ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ ତାଙ୍କ ଗ୍ରାମ ଏତେ ସୁନ୍ଦର କି ଏଠାରେ ଫଟୋ ଉଠାଇଲେ, ଏହାର ସୌନ୍ଦର୍ଯ୍ୟ ହ୍ରାସ ହୋଇଯିବ । ଏଥିପାଇଁ ଗ୍ରାମର ଅନେକ ସ୍ଥାନରେ ଫଟୋ ଉଠାଇବା ନିଷେଧ ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe