Photograph: (Healthline)
ବିଟ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ। ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ...
ବିଟ୍ ଏବଂ ଲେମ୍ବୁ ପ୍ୟାକ୍: ଏକ ବିଟ୍କୁ ଭଲ ଭାବେ ଚୋପା ଛଡ଼ାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏକ ଗିନାରେ ବିଟ୍ ଜୁସ୍ ଏକ ଚାମଚ ଏବଂ ଲେମ୍ବୁ ରସ ଏକ ଚାମଚ ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ମୁହଁକୁ ଧୋଇ ତଉଲିଆରେ ପୋଛନ୍ତୁ। ଏକ କଟନ୍ ସାହାଯ୍ୟରେ ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇଥର ଏହି ପ୍ୟାକ୍ ଲଗାଇଲେ ମୁହଁର ଔଜ୍ଜ୍ବଲ୍ୟ ବଢ଼ିବା ସହ ସତେଜତା ମଧ୍ୟ ଆସିବ।
ବିଟ୍, ଦହି, ଗୋଲାପ ଜଳ ପ୍ୟାକ୍: ଏକ ବିଟ୍ରୁ ଅଧା ନିଅନ୍ତୁ ଏବଂ ଏହାକୁ ଚୋପା ଛଡ଼ାଇ ଛୋଟ ଛୋଟ କାଟି ଦିଅନ୍ତୁ। ସେଥିରେ ଏକ ଟେବୁଲ୍ସ୍ପୁନ୍ ଗୋଲାପ ଜଳ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏକ କପଡ଼ା କିମ୍ବା ଛଣାରେ ଛାଣି ଜୁସ୍ ଅଲଗା କରିଦିଅନ୍ତୁ। ଉକ୍ତ ଜୁସ୍ରେ ଏକ ଚାମଚ ଦହି ମିଶାନ୍ତୁ। ଏହି ପ୍ୟାକ୍କୁ ମୁହଁରେ ୧୫-୨୦ ମିନିଟ୍ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ଦାଗ, ସନ୍ଟ୍ୟାନ୍ ଭଳି ବିଭିିନ୍ନ ସମସ୍ୟାରୁ ଦୂରେଇ ରଖିବାରେ ସାହାଯ୍ୟ କରେ।
Follow Us