ମ୍ୟାମାର ପାଇଁ ଭାରତର ଅପରେସନ ‘ବ୍ରହ୍ମା’: କାହିଁକି ଏମିତି ହେଲା ନାମକରଣ, କଣ ରହିଛି କାରଣ ?

OPERATION BRAHMA (1)

Photograph: (Sambad.in)

ନୂଆଦିଲ୍ଲୀ: ମ୍ୟାମାର ପାଇଁ ହୃଦୟ ଖୋଲା କରିଦେଇଛି ଭାରତ । ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗି ପଡିଥିବା ମ୍ୟାମାର ପାଇଁ ସହାୟତାର ହାତ ବଢାଇଛି ଭାରତ । ବିପଦ ବେଳର ବନ୍ଧୁ ସାଜି ଭାରତ ଆଗୁଆ ମ୍ୟାମାର ଲୋକଙ୍କ ଉଦ୍ଧାର ପାଇଁ ଟିମ୍ ପଠାଇବା ସହ ଆବଶ୍ୟକୀୟ ରିଲିଫ ମଧ୍ୟ ପଠାଯାଇଛି । ମ୍ୟାମାରରେ ଉଦ୍ଧାରକାର୍ଯ୍ୟ ପାଇଁ ଭାରତ ଅପରେସନ ବ୍ରହ୍ମା ଆରମ୍ଭ କରିଛି । ଯାହା ମାଧ୍ୟମରେ ମ୍ୟାମାରକୁ ସହାୟତା କରାଯିବ । 

ହେଲେ କଣ ଏହି ଅପରେସନ ‘ବ୍ରହ୍ମା’ ? କାଲିଠାରୁ ଆଜି ଯାଏଁ ଏହି ଅପରେସନ ବାବଦରେ ଶୁଣୁଥିବା ବେଳେ ଖବରରେ ପ୍ରକାଶିତ ହେଉଥିବା ବେଳେ ଅପରେସନ ‘ବ୍ରହ୍ମା’ ପଛର ରହସ୍ୟ କଣ ? ଏବଂ ଏହି ନାମକରଣ କାହିଁକି କରାଗଲା ତାହା ଜାଣିବାକୁ ସମସ୍ତଙ୍କର ଇଚ୍ଛା ଅଛି । ଆସନ୍ତୁ ଜାଣିବା ଅପରେସନ ‘ବ୍ରହ୍ମା’ ପଛର ଗୁମର ।

ଅପରେସନ ‘ବ୍ରହ୍ମା’ର ରହସ୍ୟ

ବ୍ରହ୍ମା ହେଉଛନ୍ତି ସୃଷ୍ଟିର ଦେବତା । ତାଙ୍କୁ ସୃଷ୍ଟିକର୍ତ୍ତା ବୋଲି ମଧ୍ୟ କୁହାଯାଏ । ତେଣୁ କୌଣସି ସୃଜନ ହେଉ ବା ସୃଷ୍ଟି ତାହା ବ୍ରହ୍ମାଙ୍କ ଦ୍ବାରା ହିଁ ହୋଇଥାଏ । ଆରମ୍ଭ ହେଉ କି ପୁନଃନିର୍ମାଣ- ମ୍ୟାମାର ସବୁ ସ୍ଥିତିରେ ଭାରତ ସାହାଯ୍ୟ କରିବାକୁ ଅପରେସନ ବ୍ରହ୍ମା ଲଞ୍ଚ କରିଛି । ଭୂକମ୍ପରେ ଭୁଶୁଡି ପଡିଥିବା ମ୍ୟାମାରକୁ ଆଉ ଥରେ ଗଢିବାରେ ଭାରତ ସହାୟତା କରିବ ସେହି ପରିପ୍ରେକ୍ଷୀରେ ବ୍ରହ୍ମା ସୃଷ୍ଟିର ଦେବତା ହୋଇଥିବାରୁ ମ୍ୟାମାର ପୁନଃଉଦ୍ଧାର ଓ ସୃଷ୍ଟି ପାଇଁ ଏହି ଅପରେସନର ନାଁ ଅପରେସନ ‘ବ୍ରହ୍ମା’ ରଖାଯାଇଛି ।

ତେବେ ୧୫ ଟନ୍ ରିଲିଫ୍ ସାମଗ୍ରୀ ନେଇ ପ୍ରଥମ ରିଲିଫ୍ ବିମାନ ହିଣ୍ଡନ ବାୟୁସେନା ଘାଟିରୁ ରାତି ୩ଟାରେ ଉଡ଼ାଣ ଭରିଥିଲା ଏବଂ ଭାରତୀୟ ସମୟ ସକାଳ ପ୍ରାୟ ୮ଟାରେ ୟାଙ୍ଗୁନରେ ପହଞ୍ଚିଥିଲା। ଏହାପରେ ଉଦ୍ଧାର କର୍ମଚାରୀଙ୍କୁ ନେଇ ଆଉ ଦୁଇଟି ବିମାନ ପହଞ୍ଚିଥିଲା। ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଅନେକ ସ୍ବତନ୍ତ୍ର ମେସିନ୍‌ ମଧ୍ୟ ଭାରତ ପଠାଇଛି ଏବଂ ତାଲିମପ୍ରାପ୍ତ କୁକୁରଙ୍କୁ ମଧ୍ୟ ଉଦ୍ଧା‌ର ଅଭିଯାନରେ ସାମିଲ କରାଯାଇଛି। ବରିଷ୍ଠ ଏନ୍‌ଡିଆରଏଫ୍‌ ଅଧିକାରୀ ମୋହସେନ ଶାହେଦି କହିଛନ୍ତି, ତଲାସୀ ଓ ଉଦ୍ଧାର କାର୍ଯ୍ୟରେ ବିଶେଷ ଅଭିଜ୍ଞତା ଥିବା ୮୦ ଜଣିଆ ଏନଡିଆରଏଫ ଟିମ୍ ମ୍ୟାମାର ପହଞ୍ଚିଛନ୍ତି। ଏହି ଟିମ୍‌ ସହିତ କଂକ୍ରିଟ କଟର, ଡ୍ରିଲ ମେସିନ, ଏବଂ ତଲାସୀ-ଉଦ୍ଧାର ନିମନ୍ତେ ସ୍ବତନ୍ତ୍ର ଉପକରଣ ମଧ୍ୟ ପଠାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe