କରୋନା ଭୟରେ ଚିକିତ୍ସା ନକରି ଫେରାଇ ଦେଲେ ଡାକ୍ତର; ହିନ୍ଦୁ ମୃତକଙ୍କ ଅନ୍ତିମ ସଂସ୍କାର କରି ଚର୍ଚ୍ଚାରେ ମୁସଲ୍‌ମାନ ପଡ଼ୋଶୀ

Advertisment
କରୋନା ଭୟରେ ଚିକିତ୍ସା ନକରି ଫେରାଇ ଦେଲେ ଡାକ୍ତର; ହିନ୍ଦୁ ମୃତକଙ୍କ ଅନ୍ତିମ ସଂସ୍କାର କରି ଚର୍ଚ୍ଚାରେ ମୁସଲ୍‌ମାନ ପଡ଼ୋଶୀ

Times of India

କୋଲକାତା: ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀଙ୍କର ଅନ୍ତିମ ସଂସ୍କାର କରି ଚର୍ଚ୍ଚା ପାଲଟିଛନ୍ତି କୋଲକାତାର କିଛି ସହୃଦୟ ମୁସଲ୍‌ମାନ। ଗୁରୁବାର ପଶ୍ଚିମବଙ୍ଗର ଝରଗ୍ରାମ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କୁ କାନ୍ଧ ଦେବାକୁ ଆଗେଇ ଆସି ଚର୍ଚ୍ଚା ପାଲଟିଛନ୍ତି କିଛି ମୁସଲ୍‌ମାନ ପଡ଼ୋଶୀ।

କୋଭିଡ୍‌-୧୯ ପରୀକ୍ଷା କରି ନଥିବାରୁ ଡାକ୍ତରମାନେ ଚିକିତ୍ସ‌ା ପାଇଁ ମନା କରିଦେବା ପରେ ହୃଦ୍‌ଘାତରେ ପୀଡିତ ଥିବା ୬୨ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତାଙ୍କର ମୃତ୍ୟୁ ଘଟିବା ପରେ ଅନ୍ତିମ ସଂସ୍କାର ପାଇଁ କାଠ ସଂଗ୍ରହ କରିବାଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ପଡ଼ୋଶୀମାନେ ତାଙ୍କ ପରିବାରକୁ ସାହାଯ୍ୟ କରିଥିବ ସୂଚନା ରହିଛି।

publive-image www.newindianexpress.com

ମୃତକ ଜଣକ ହେଉଛନ୍ତି ଜୁଗାଲ ଦାସ। ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଗୁରୁବାର ସକାଳେ ଜୁଗାଲ ଦାସଙ୍କୁ ବିନପୁର ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା ଜୁଗାଲଙ୍କ ପୁଅ ସୁଜିତ୍‌ ଦେଇଥିବା ବୟାନ ମୁତାବକ, ‘ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଡାକ୍ତର ଥିଲେ। ଆମେ ତାଙ୍କୁ କହିଥିଲୁ କି ବାପାଙ୍କର ପାଞ୍ଚ ଦିନ ପୂର୍ବରୁ ଜ୍ୱର ହୋଇଥିଲା। ସେ ଆମକୁ ପ୍ରଥମେ କୋଭିଡ୍‌-୧୯ ପରୀକ୍ଷା କରିବାକୁ କହି ବାପାଙ୍କୁ ଚିକିତ୍ସା କରିବାକୁ ମନା କରିଦେଲେ। ବାଧ୍ୟ ହୋଇ ଆମକୁ ଘରକୁ ଫେରିବାକୁ ପଡିଲା। ଅପରାହ୍ନରେ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବାପାଙ୍କର ମୃତ୍ୟୁ ଘଟିଛି।’

ସୁଜିତ୍‌ ଆହୁରି ବି କହିଛନ୍ତି ଯେ “ଆମ ଗାଁରେ ପ୍ରାୟ ୩୦୦  ମୁସଲମାନ ପରିବାର ଏବଂ ୧୦ ଟି ହିନ୍ଦୁ ପରିବାର ଅଛନ୍ତି। ଯେତେବେଳେ ବି କେହି ଅସୁବିଧାରେ ପଡ଼ନ୍ତି ଆମେ ପରସ୍ପରଙ୍କୁ ସହାଯ୍ୟ କରିଥାଉ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe