ବେଙ୍ଗାଲୁରୁ ଡାକ୍ତର ଚାରିଘଣ୍ଟା ଅସ୍ତ୍ରୋପଚାର କରି ଓମାନ୍‌ ଯୁବତୀଙ୍କ ମେରୁଦଣ୍ଡରେ ହୋଇଥିବା ଟ୍ୟୁମରର କଲେ ସଫଳ ଅସ୍ତ୍ରୋପଚାର

Advertisment
ବେଙ୍ଗାଲୁରୁ ଡାକ୍ତର ଚାରିଘଣ୍ଟା ଅସ୍ତ୍ରୋପଚାର କରି ଓମାନ୍‌ ଯୁବତୀଙ୍କ ମେରୁଦଣ୍ଡରେ ହୋଇଥିବା ଟ୍ୟୁମରର କଲେ ସଫଳ ଅସ୍ତ୍ରୋପଚାର

newindianexpress

ବେଙ୍ଗାଲୁରୁ: ଓମାନ୍‌ରେ ବସବାସ କରୁଥିବା ଜଣେ ୨୨ବର୍ଷୀୟ ଯୁବତୀଙ୍କ ପାଇଁ ସାଧାରଣ ଜୀବନଯାପନ ବହୁତ କଷ୍ଟଦାୟକ ହୋଇଯାଇଥିଲା। କାରଣ ମୁଜନା ମହମ୍ମଦନାମ୍ନୀ ଏହି ଯୁବତୀଙ୍କ ମେରୁଦଣ୍ଡ ହାଡ ଭିତରେ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା।

ଓମାନ୍‌ରେ ଡାକ୍ତର ମୁଜନା ମହମ୍ମଦଙ୍କ ଚିକିତ୍ସା ପରେ ସ୍ପଷ୍ଟ କରିଥିଲେ କି ଟ୍ୟୁମରକୁ ହଟାଇବା ପାଇଁ ସର୍ଜରିର ଆବଶ୍ୟକତା ରହିଛି। କିନ୍ତୁ ଏହି ସର୍ଜରି ବହୁତ ବିପଦପୂର୍ଣ୍ଣ । କାରଣ ସର୍ଜରି ପରେ ପକ୍ଷଘାତ ହେବାର ଅନେକ ଆଶଙ୍କା ରହିଥିଲା। ନଚେତ ଆଜୀବନ ମୁଜନା କୋମାକୁ ଚାଲି ଯିବାର ଅନେକ ସମ୍ଭାବନା ରହିଥିଲା। କିନ୍ତୁ ବେଙ୍ଗାଲୁରୁର ଜଣେ ଡାକ୍ତର ଏହି ସବୁକୁ ଚ୍ୟାଲେଞ୍ଜ ଭାବେ ନେଇ ସର୍ଜରି  ସଫଳ କରି ଦେଖାଇଥିଲେ। ଏବଂ ମୁଜନାଙ୍କ ମୁହଁରେ ହସ ଫେରାଇ ଦେଇଥିଲେ।

publive-image

ମୁଜନା ମହମ୍ମଦ ଏତେ ସବୁ ଯନ୍ତ୍ରଣା ପରେ ଟ୍ୟୁମର ସହିତ ବଞ୍ଚିବା ପାଇଁ ସ୍ଥିର କରି ନେଇଥିଲେ। ଏହି ସମୟରେ ସେ ଓମାନ୍‌ରୁ କିଛି ଲୋକଙ୍କ ମୁହଁରୁ ବେଙ୍ଗାଲୁୁରୁର ସାଗର ହସ୍‌ପିଟାଲ୍‌ରେ ନ୍ୟୁରୋସର୍ଜନ୍‌ ଥିବା  ଡାକ୍ତର ମୁରଲୀ ମୋହନଙ୍କ ବିଷୟରେ ଶୁଣିବାକୁ ପାଇଥିଲେ। ଏହାପରେ ମୁଜନା ଭାରତ ଆସି ମୁରଲୀ ମୋହନଙ୍କ ସହ ସମ୍ପର୍କ କରିଥିଲେ।  ଅସ୍ତ୍ରୋପଚାର ସଫଳ ହେବ ବୋଲି ମୁଜନାଙ୍କୁ  ଡା.ମୁରଲୀ ଆଶ୍ୱସନା ଦେଇଥିଲେ।

ମୋହନଙ୍କ କହିବାନୁସାରେ ମେରୁଦଣ୍ଡ ହାଡରେ ଟ୍ୟୁମର ହେବାର ଖୁବ୍‌ କମ୍‌ ଘଟଣା ସାମ୍ନାକୁ ଆସିଥାଏ। ଅଗଷ୍ଟ ପ୍ରଥମ ସପ୍ତାହରେ ମୁଜନାଙ୍କ ଚାରି ଘଣ୍ଟା ଅସ୍ତ୍ରୋପଚାର କରାଯାଇଥିଲା, ଯାହାକି ସଫଳ ବି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe