କଫି ଅର୍ଡର ମିଳିବା ପରେ ନିଜେ ନଯାଇ ଏଭଳି ଡେଲିଭର କଲେ ସ୍ବିଗି ଡେଲିଭରି ବଏ

Advertisment
କଫି ଅର୍ଡର ମିଳିବା ପରେ ନିଜେ ନଯାଇ ଏଭଳି ଡେଲିଭର କଲେ ସ୍ବିଗି ଡେଲିଭରି ବଏ

ବେଙ୍ଗାଲୁରୁ: ଘରେ ବସି ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ଅର୍ଡର କରିବା ପାଇଁ ବିଭିନ୍ନ ଆପ୍ ତିଆରି କରାଯାଇଛି। ସେମଧ୍ୟରୁ ସ୍ବିଗି ହେଉଛି ଅନ୍ୟତମ। ଲୋକେ ଏହି ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କଲେ ଡେଲିଭରି ବଏ ଆସି ଖାଦ୍ୟ ଡେଲିଭର କରିଥାଏ। ହେଲେ ବେଙ୍ଗାଲୁୁରୁରେ ଜଣେ ସ୍ବିଗି ଡେଲିଭରି ବଏ ଯେଉଁଭଳି ଭାବରେ ଜିନିଷ ଡେଲିଭର କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ମୁତାବକ, ଜଣେ ଯୁବକ ସ୍ବିଗି ଆପ ମାଧ୍ୟମରେ ସିସିଡିରୁ କଫି ଅର୍ଡର କରିଥିଲେ। ଅର୍ଡର ନିଶ୍ଚିତ ହେବା ସହ ପ୍ୟାକ୍ ହେବା ପରେ ଡେଲିଭରୀ ଏଜେଣ୍ଟ ସିସିଡି ଯାଇ କଫି ଆଣିଥିଲେ। ହେଲେ ସେ ନିଜେ ଏହାକୁ ଡେଲିଭର କରିନଥିଲେ। କଫି ଆଣିବା ପରେ ଡେଲିଭରି ବଏ ଅନ୍ୟ ଏକ ଆପ୍ 'ଡନଜୋ'ର ଡେଲିଭରୀ ବଏଙ୍କୁ ଡାକି ତାଙ୍କୁ କଫି ଡେଲିଭର କରିବାକୁ କହିଥିଲେ। ଏହା ସହ ଅର୍ଡର କରିଥିବା ଯୁବକଙ୍କୁ ଫୋନ କରି ମୋତେ ୫ଷ୍ଟାର ରେଟିଂ ଦେବ ବୋଲି କହିଥିଲେ ସ୍ବିଗି ଡେଲିଭରି ବଏ।

ଏହି ଘଟଣା ବିଷୟରେ ଟ୍ବିଟ କରି ଅର୍ଡର କରିଥିବା ଯୁବକ ଓମକାର ଯୋଶୀ ଜଣାଇବା ପରେ ଏବେ ଏହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe