ପୁଲିସ୍‌ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଙ୍ଗାଲୁର ପୁଲିସ କମିସନରଙ୍କୁ ୩ ହଜାର ମାସ୍କ ପ୍ରଦାନ କଲେ ଭାଇଭଉଣୀ

Advertisment
ପୁଲିସ୍‌ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଙ୍ଗାଲୁର ପୁଲିସ କମିସନରଙ୍କୁ ୩ ହଜାର ମାସ୍କ ପ୍ରଦାନ କଲେ ଭାଇଭଉଣୀ

www.newindianexpress.com

ବେଙ୍ଗାଲୁର: ବାଙ୍ଗାଲୁରୁର ଦୁଇ ଭାଇଭଉଣୀ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ପୁଲିସ ପ୍ରଶାସନ ପାଇଁ ମାସ୍କ କିଣିଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ପୁଲିସ ପ୍ରଶାସନର ସୁରକ୍ଷା ପାଇଁ ୩ ହଜାର ଉନ୍ନତ ଧରଣର ମାସ୍କ କିଣି ଏହି ଭାଇଭଉଣୀ ବେଙ୍ଗାଲୁର ପୁଲିସ କମିସନର କମଳାକାନ୍ତଙ୍କୁ ଶୁକ୍ରବାର ଦିନ ପୁଲିସ କାଯ୍ୟାଳୟ ଠାରେ ପ୍ରଦାନ କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ସୂଚନାନୁଯାୟୀ, ଛାତ୍ର ଜଣକ ହେଉଛନ୍ତି ଅଶୋକା ୟୁନିଭରସିଟିର ଏମ୍‌ ଅମନ ଆସିମ। ତାଙ୍କୁ ବୟସ ୧୯ ବର୍ଷ । ସେ ହ୍ୟୁମାନୀ ଟ୍ରଷ୍ଟ  ନାମକ ଏକ ଏନଜିଓ ସହ ରହି  ‘# ମାସ୍କ ଆୱାର ୱାରିୟର୍ସ ଅଭିଯାନ’ରେ ଆଗଧାଡ଼ିରେ ରହିଥିଲେ।

ସେ ଏକ ଗଣମାଧ୍ୟମ ସଂସ୍ଥାକୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମୁଁ ବେଙ୍ଗାଲୁରୁରେ କୋଭିଡ୍‌ ପଜିଟିଭ୍‌ ଆସୁଥିବା ପୁଲିସମାନଙ୍କୁ ନେଇ କଥା ଏକ ଖବର ପଢୁଥିଲି। ମାତ୍ରାଧିକ ପୁଲିସ୍‌ କର୍ମଚାରୀ କରୋନା ସଂକ୍ରମିତ ହେଉଥିବା କାରଣରୁୁ ସେମାନଙ୍କ ପାଇଁ କିଛି କରିବାକୁ ଭାବିଲି।’

publive-image
Wired

ପୁଲିସମାନେ ବହୁ ସଂଖ୍ୟକ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମନ ଓ ତାଙ୍କ ଭଉଣୀ ଅମିନା ଆସିମ ୩ ଲକ୍ଷ ଟଙ୍କା ଯୋଗାଡ଼ କରି ପୁଲିସ ପ୍ରଶାସନ ପାଇଁ ୩ ହଜାର ମାସ୍କ କିଣିଥିବା ବେଳେ ପୁଲିସ କମିସନରଙ୍କ କାଯ୍ୟାଳୟଠାରେ କମିସନରଙ୍କୁ ଏହାକୁ ପ୍ରଦାନ କରିଛନ୍ତି।

ଏହି ଭାଇଭଉଣୀ ୧୦ ଲକ୍ଷ ଟଙ୍କା ଯେଗାଡ଼ କରିବା ଲକ୍ଷ୍ୟରେ ଅଛନ୍ତି। ସେମାନେ କହିଛନ୍ତି, “ଯେଉଁମାନେ ସାହାଯ୍ୟ କରିବା ପାଇଁ ଚାହନ୍ତିି ସେମାନେ ୯୯୦୦୭୮୧୯୭୭ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe