ଏହି ଛାତ୍ରଙ୍କୁ ଗୁଗୁଲ ଦେଲା ୧.୨କୋଟି ଟଙ୍କାର ପ୍ୟାକେଜ

Advertisment
ଏହି ଛାତ୍ରଙ୍କୁ ଗୁଗୁଲ ଦେଲା ୧.୨କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଗୁଗୁଲ ଭଳି ବଡ଼ କମ୍ପାନିରେ ପ୍ଲେସ୍‌ମେଣ୍ଟ ପାଇବାକୁ କିଏ ବା ନଚାହେଁ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫରମେସନ୍‌ ଟେକ୍‌ନୋଲଜି ବେଙ୍ଗାଲୁରୁ (ଆଇଆଇଆଇଟି-ବି)ର ଛାତ୍ର ଆଦିତ୍ୟ ପାଲିବାଲଙ୍କୁ ଗୁଗୁଲ ୧.୨କୋଟି ଟଙ୍କାର ପ୍ୟାକେଜ ଦେଇଛି। ଇଣ୍ଟିଗ୍ରେଟେଡ ଏମଟେକ୍‌ର ଛାତ୍ର ଆଦିତ୍ୟ ନ୍ୟୁୟର୍କସ୍ଥିତ ଗୁଗୁଲର ଆର୍ଟିଫିସିୟଲ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ଉଇଙ୍ଗରେ ଜୁଲାଇ ୧୬ ତାରିଖରେ କାମ ଆରମ୍ଭ କରିବାକୁ ଯାଉଛନ୍ତି।

ଗୁଗୁଲ ଏହି କାମ ପାଇଁ ବିଶ୍ୱର ୬ହଜାର ଲୋକଙ୍କ ମଧ୍ୟରୁ ୫୦ଜଣଙ୍କୁ ଚୟନ କରିଛି। ଆଦିତ୍ୟ ଏସିଏମ୍‌ ଇଣ୍ଟରନ୍ୟାସ କଲୋଜିଏଟ୍‌ ପୋଗ୍ରୋମିଂ କନ୍‌ଟେଷ୍ଟ-୨୦୧୭-୧୮ର ଫାଇନାଲିଷ୍ଟ ବି ରହିଛନ୍ତି। ଏହା କମ୍ପ୍ୟୁଟର ଲାଙ୍ଗୁଏଜ କୋଡିଙ୍ଗର ସବୁଠାରୁ ପ୍ରତିଷ୍ଠିତ ପ୍ରତିଯୋଗିତା ମଧ୍ୟରୁ ଏକ।

ଆଦିତ୍ୟ କହନ୍ତି, ‘ମୋତେ ଏହି ଅଫର ମାର୍ଚ୍ଚରେ ମିଳିଥିଲା ଏବଂ ମୁଁ ଏହାର ଅପେକ୍ଷାରେ ବି ଥିଲି। ମୋର ବିଶ୍ୱାସ ଗୁଗୁଲରେ କାମ କରିବା ସମୟରେ ମୋତେ ବହୁତ କିଛି ଶିଖିବାକୁ ପଡ଼ିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe