ଅଦ୍ବିତୀୟା କିଶୋରୀ ଚିତ୍ରଶିଳ୍ପୀ

ଅଦ୍ବିତୀୟା କିଶୋରୀ ଚିତ୍ରଶିଳ୍ପୀ

ନିକଟରେ ମହୀନ୍ଦ୍ର ଗ୍ରୁପ୍‌ର ଅଧ୍ୟକ୍ଷ ଶିଳ୍ପପତି ଆନନ୍ଦ ମହୀନ୍ଦ୍ର ନିଜ ଟ୍ବିଟର ଆକାଉଣ୍ଟରେ ଛାଡ଼ିଥିବା ଏକ ଭିଡିଓ କ୍ଲିପିଂ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଚହଳ ପକାଇଛି। ଏଥିରେ ଜଣେ କିଶୋରୀ ଏକାବେଳକେ ପନ୍ଦର ଜଣ ମହାପୁରୁଷଙ୍କର ଚିତ୍ରପ୍ରତିମା ଆଙ୍କି ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଛନ୍ତି। ତାଙ୍କର ଏହି ବିଚକ୍ଷଣ ଦକ୍ଷତାକୁ ଗିନିଜ୍‌ ବିଶ୍ବ ରେକର୍ଡସ ଦ୍ବାରା ସ୍ବୀକୃତି ମିଳିଥିବା ବେଳେ ସଂପୃକ୍ତ ହୃଦୟସ୍ପର୍ଶୀ ଭିଡିଓଟି ଗଣମାଧ୍ୟମରେ ଛଡ଼ାଯିବାର କେଇ ଘଣ୍ଟା ଭିତରେ ୨୬ ଲକ୍ଷ ଅନୁଗାମୀ ତାହାକୁ ଦେଖିଥିବା ଜଣାଯାଇଛି।

ସୂଚନାନୁଯାୟୀ, ଉତ୍ତରପ୍ରଦେଶର ବୁଦାୟୁଁ ଜିଲ୍ଲା ଅନ୍ତର୍ଗତ ବିଜୟ ଏଙ୍ଗଲା ଗ୍ରାମର ନୂରଜାହାନ ନାମକ ଏହି ଶିଳ୍ପୀ ଜଣକ ଏକ ସାଧାରଣ ବାଡ଼ି ଛାଞ୍ଚରେ ପନ୍ଦରଟି ପେନ୍‌ସିଲ ଖଞ୍ଜି ଏପରି ଏକାଥରକେ ଚିତ୍ରପ୍ରତିମାଗୁଡ଼ିକୁ ଆଙ୍କିଛନ୍ତି। ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ଡ. ଆମ୍ବେଦକର, ଡ. ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ, ଚନ୍ଦ୍ରଶେଖର ଆଜାଦ ଓ ଭଗତ ସିଂହଙ୍କ ପରି ମହାପୁରୁଷମାନଙ୍କର ସେ ଏପରି ନିଖୁଣ ଭାବରେ ଛବି ଆଙ୍କିଛନ୍ତି ଯେ ନିଜ ଆଖିରେ ଦେଖିଲେ ମଧ୍ୟ ତାହା ଅସମ୍ଭବ ମନେ ହୁଏ। ପିଲାଟି ବେଳୁ ଚିତ୍ର କରିବାରେ ବିଶେଷ ଆଗ୍ରହ ରଖିଥିବା ନୂରଜାହାନ୍‌ଙ୍କର ଦେଶପ୍ରେମ ମଧ୍ୟ ତାଙ୍କ ମନରେ ବିଭିନ୍ନ ମହାପୁରୁଷଙ୍କ ପ୍ରତି ଆକର୍ଷଣ ସୃଷ୍ଟି କରିଥିଲା। ତେବେ ସେ ଏପରି ଚିତ୍ରକଳା ମାଧ୍ୟମରେ ଦେଶ ପାଇଁ କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe