‘ଫେସ୍‌ବୁକ୍‌’ରୁ ସୂଚନା ଲିକ୍‌କୁ ରୋକିବ ମାର୍କ ଜୁକରବର୍ଗଙ୍କ ସିକ୍ରେଟ୍‌ ପୁଲିସ

Advertisment
‘ଫେସ୍‌ବୁକ୍‌’ରୁ ସୂଚନା ଲିକ୍‌କୁ ରୋକିବ ମାର୍କ ଜୁକରବର୍ଗଙ୍କ ସିକ୍ରେଟ୍‌ ପୁଲିସ

ସାନଫ୍ରାନ୍‌ସିସ୍‌କୋ : ନିଜ କମ୍ପାନିରୁ ସୂଚନା ଲିକ୍‌କାରୀକୁ ଧରି ତାକୁ ଦଣ୍ଡ ଦେବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି ଫେସ୍‌ବୁକ୍‌ର ସିଇଓ ମାର୍କ ଜୁକରବର୍ଗ । ଏଥି ପାଇଁ ସେ ସିକ୍ରେଟ୍‌ ପୁଲିସ ନାମକ ଏକ ଟିମ୍‌ ଗଠନ କରିଥିବା ଜଣାପଡ଼ିଛି । ଏହା ମାଧ୍ୟମରେ ଅଫିସ୍‌ର ଡାଟା ଲିକ୍‌ କରୁଥିବା କର୍ମଚାରୀଙ୍କୁ ଧରିବା ସହ ତାଙ୍କୁ ସେ ବହିଷ୍କାର କରି ପାରିବେ ।ସିକ୍ରେଟ୍‌ ପୁଲିସ ଜରିଆରେ ୨୦୧୭ ମସିହାରେ ସେ ନିଜ କମ୍ପାନିର ଜଣେ କର୍ମଚାରୀଙ୍କୁ ଧରିବା ସହ କେଉଁ କେଉଁ ସୂଚନା କର୍ମଚାରୀ ଜଣକ ଲିକ୍‌ କରିଥିଲେ ସେ ବିଷୟରେ ଜାଣିଥିଲେ ।
ସୂଚନା ମୁତାବକ, ଫେସ୍‌ବୁକ୍‌ ଅଫିସ୍‌ରୁ କିଛି ସୂଚନା ଲିକ୍‌ ହେଉଛି ବୋଲି କମ୍ପାନିର ତଦନ୍ତକାରୀ ଦଳ ଜଣେ କର୍ମଚାରୀଙ୍କୁ ବୈଠକ ଅଛି ବୋଲି କହି ଡ଼କାଇଥିଲେ । କର୍ମଚାରୀ ଜଣଙ୍କ ଅଫିସ୍‌ରେ ପହଞ୍ଚିବା ପରେ ତାଙ୍କୁ ତଦନ୍ତକାରୀ ଦଳଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା । ଯାହା ବିଷୟରେ ସେ ବୋଧହୁଏ କେବେ ବି ଭାବି ନଥିଲେ । ଏହି ତଦନ୍ତ ସମୟରେ କର୍ମଚାରୀଙ୍କଠାରୁ ବିଭିନ୍ନ ଯୋଜନାର ସ୍କ୍ରିନ୍‌ସଟ୍‌ ଏବଂ ସୂଚନା ନେବା ପାଇଁ ସେ କେଉଁ କେଉଁ ଲିଙ୍କ୍‌ ଉପରେ କ୍ଲିକ୍‌ କରିଥିଲେ ତାହାକୁ ଖୋଜି ବାହାର କରିଥିଲେ କମ୍ପାନିର ତଦନ୍ତକାରୀ ଦଳର ମୁଖ୍ୟ ସୋନ୍ୟ ଆହୁଜା । ଏହା ସହ କର୍ମଚାରୀ ଜଣଙ୍କ କମ୍ପାନିରେ କାମ ଆରମ୍ଭ କରିବା ପୂର୍ବର୍ରୁ ଯେଉଁ ସାମ୍ବାଦିକାଙ୍କ ସହ କଥା ହେଉଥିଲେ ସେ ବିଷୟରେ ମଧ୍ୟ ସିକ୍ରେଟ୍‌ ପୁଲିସ ଖୋଜି ବାହାର କରିଥଲା ।

publive-image zeenews.india.com

ବହିଷ୍କାର ହୋଇଥିବା କର୍ମଚାରୀଙ୍କ କହିବା ଅନୁଯାୟୀ, ଆମେ ଫେସ୍‌ବୁକ୍‌ ବ୍ୟବହାର କରି କିଛି ବି କରି ପାରିବା ଏବଂ କାହାକୁ କିଛି ବି କହି ପାରିବା ବୋଲି ଭାବୁଛେ । କିନ୍ତୁ ଆପଣଙ୍କ ଏହି କାମକୁ କେହି ଜଣେ ଦେଖୁଛି ତାହା ବୋଧହୁଏ କେହି ଭାବି ନଥିବେ । ପ୍ରତି ଥର ମାର୍କ ଜୁକରବର୍ଗ କିଛି ନୂଆ ପ୍ରୋକେକ୍ଟ ବିଷୟରେ ହଜାର ହଜାର କର୍ମଚାରୀଙ୍କୁ କହି ଥାଆନ୍ତି । ଯେତେବେଳେ ଆପଣ ଫେସ୍‌ବୁକ୍‌ ଅଫିସ ଭିତରକୁ ଯିବେ ସେତେବେଳେ ଜାଣି ପାରିବେ ସେଠାରୁ ସୂଚନା ଲିକ୍‌ ହେବାର ଆଶଙ୍କା କେତେ ଅଧିକ । କିନ୍ତୁ ତାଙ୍କ ସିକ୍ରେଟ ପୁଲିସ ପାଇଁ କେହି ସେଭଳି କରିବା ପାଇଁ ସାହାସ କରନ୍ତି ନାହଁ । ୨୦୧୫ରେ ହୋଇଥିବା ଏକ ସାପ୍ତାହିକ ବୈଠକରେ ସେ ଏପରି ନ କରିବା ପାଇଁ ସବୁ କର୍ମଚାରୀମାନଙ୍କୁ ତାଗିଦ୍‌ କରିଥିଲେ । ଯେତେବେଳେ ଆମେ ସୂଚନା ଲିକ୍‌କାରୀଙ୍କୁ ଚିହ୍ନଟ କରିବୁ ସଙ୍ଗେ ସଙ୍ଗେ ତାକୁ କମ୍ପାନିରୁ ବହିଷ୍କାର କରାଯିବ ବୋଲି ମାର୍କ ଜକରବର୍ଗ ସମସ୍ତଙ୍କୁ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe