୧୦୫ ବର୍ଷ ବୟସରେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରଖିଲେ ଏତିକି ପ୍ରତିଶତ ମାର୍କ...

Advertisment
୧୦୫ ବର୍ଷ ବୟସରେ ବୃଦ୍ଧା  ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରଖିଲେ ଏତିକି ପ୍ରତିଶତ ମାର୍କ...

Go Law Enforcement

ନୂଆଦିଲ୍ଲୀ: ଶିକ୍ଷା ପ୍ରାପ୍ତ କରିବା ପାଇଁ କୌଣସି ବୟସ ନଥାଏ ବୋଲି କଥାରେ ଅଛି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭାଗୀରଥୀ ଆମ୍ମା। କେରଳରେ ବସବାସ କରୁଥିବା ୧୦୫ ବର୍ଷର ଭାଗୀରଥୀ ଆମ୍ମା ଏହି ପରିଣତ ବୟସରେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଖୁବ୍‌ ଭଲ ନମ୍ବର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଭାଗୀରଥୀଙ୍କୁ ନଅବର୍ଷ ହୋଇଥିବା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇ ଯାଇଥିଲା। ମା’ଙ୍କ ଦେହାନ୍ତ ପରେ ଭାଇ-ଭଉଣୀଙ୍କ ଦେଖାଶୁଣା ପାଇଁ ଭାଗୀରଥୀ ନିଜ ପାଠପଢ଼ା ଛାଡ଼ି ଦେଇଥିଲେ। ଏହାରି ଭିତରେ ତାଙ୍କର ବିବାହ ହୋଇଯାଇଥିଲା। ସେ ୬ଟି ସନ୍ତାନର ଜନନୀ ହୋଇଥିଲେ। ଏହାପରେ ବି ସେ ମନରେ ମନରେ ପାଠପଢ଼ିବାର ଇଚ୍ଛା ରଖିଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ଭାଗୀରଥୀଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା।

105 साल की उम्र में इस महिला ने चौथी कक्षा की परीक्षा की पास, पाए 74.5 प्रतिशत अंक https://khabar.ndtv.com/

ସେ ନିଜର ସମସ୍ତ ଇଚ୍ଛା ଆକାଂକ୍ଷାକୁ ମନରେ ମାରି ପୁଣି ନିଜର ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବାରେ ଲାଗିଥିଲେ। ପିଲାମାନେ ବଡ଼ ହୋଇ ନିଜନିଜ ଗୋଡ଼ରେ ଛିଡ଼ା ହୋଇଥିଲେ। ସମୟ କ୍ରମେ ସମସ୍ତଙ୍କ ବିବାହ କରାଇ ସେ ନିଜର ସବୁ ପ୍ରାଥମିକ କର୍ତ୍ତବ୍ୟ ଶେଷ କରି ଦେଇଥିଲେ। ଏହାରି ଭିତରେ ଭାଗୀରଥୀଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବା ସହିତ ଶରୀର ଦୁର୍ବଳ ହୋଇ ପଡ଼ିଥିଲା। କିନ୍ତୁ ମନରେ ମାରି ଦେଇଥିବା ପାଠପଢ଼ାର ଇଚ୍ଛା ପୁଣି ତାଙ୍କର ଜାଗି ଉଠିଥିଲା।

ଏହାପରେ ସେ ଗତବର୍ଷ ରାଜ୍ୟ ସାକ୍ଷରତା ଅଭିଯାନରେ ନିଜ ନାମ ପଞ୍ଜିକରଣ କରି ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଫେବ୍ରୁଆରି ୬ ତାରିଖରେ ପରୀକ୍ଷା ଫଳ ବାହାରିଥିଲା। ଭାଗୀରଥୀ ୭୪.୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe