Lokmat News Hindi
ତିରୁବନନ୍ତପୁରମ: କେରଳରେ ରହୁଥିବା ୧୦୫ ବର୍ଷର ଭାଗିରଥୀ ଆମ୍ମା ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ତାଙ୍କୁ ମାତ୍ର ୮ବର୍ଷ ହୋଇଥିବା ବେଳେ ପରିବାରର ଭାର ସମ୍ଭାଳିବାକୁ ପଡ଼ିଥିଲା। ତେଣୁ ଭାଗିରଥୀ ଆମ୍ମାଙ୍କୁ ପାଠପଢ଼ା ଅଧାରୁ ଛାଡିବାକୁ ପଡ଼ିଥିଲା। କିନ୍ତୁ ୧୦୫ ବର୍ଷ ବୟସରେ ପ୍ରଦାର୍ପଣ କରି ବି ସେ ହାର ମାନି ନାହାନ୍ତି। ଅଧା ଥିବା ପାଠପଢ଼ା ପୂରା କରିବାକୁ ସେ ନିଜ ଚେଷ୍ଟା ଆରମ୍ଭ କରିଛନ୍ତି।
କୁହାଯାଉଛି ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଥିବା ଭାଗିରଥୀ ଆମ୍ମା ହେଉଛନ୍ତି ସବୁଠାରୁ ବୃଦ୍ଧା ଛାତ୍ରୀ। ଭାଗୀରଥୀ ଆମ୍ମା ଗତ ମଙ୍ଗଳବାର ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ଆମ୍ମାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ କେରଳ ରାଜ୍ୟ ସାକ୍ଷରତା ମିସନ୍ ବହୁ ସାହାଯ୍ୟ କରିଛି। ଭାଗୀରଥୀ ଆମ୍ମାଙ୍କୁ ପରୀକ୍ଷାରେ ବସିବା ଦେଖି ଅଧ୍ୟାପକମାନେ ବି ବେଶ୍ ଖୁସି ହୋଇଯାଇଥିଲେ।
oneindia.ସାକ୍ଷରତା ମିସନ ପାଇଁ କାମ କରୁଥିବା ବସନ୍ତ କୁମାରଙ୍କ କହିବାନୁସାରେ ଆମ୍ମା ବହୁତ ଛୋଟ ଥିବା ବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିଦିନଠାରୁ ଛୋଟ ଭାଇଭଉଣୀଙ୍କ ଦାୟିତ୍ୱ ନେବା ଆରମ୍ଭ କରି ଦେଇଥିଲେ। ତେଣୁ ତାଙ୍କ ପାଠପଢ଼ାରେ ସେଇଠି ହିଁ ପୁନଃଛେଦ ପଡ଼ି ଯାଇଥିଲା। ଏହାରି ଭିତରେ ଆମ୍ମାଙ୍କ ବିବାହ ହୋଇ ଯାଇଥିଲା। ବିବାହ ପରେ ଭାଗୀରଥୀ ଅମ୍ମାଙ୍କ ଚାରିଟି ଝିଅ ଓ ଦୁଇଟି ପୁଅକୁ ସନ୍ତାନ ହୋଇଥିଲା।
ଆମ୍ମାଙ୍କ ସ୍ୱାମୀଙ୍କ ୭୦ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଚାରିଟି ଝିଅ ଓ ଦୁଇଟି ପୁଅକୁ ପାଳିପୋଷି ବଡ଼ କରିବାର ଦାୟିତ୍ୱ ଆମ୍ମାଙ୍କ କାନ୍ଧକୁ ଆସିଥିଲା। ତେଣୁ ସେ ଆଉ ପାଠପଢ଼ା ବିଷୟରେ ଭାବି ପାରି ନଥିଲେ। ଏବେ ପୁଣି ଅଧା ଥିିବା ପାଠପଢ଼ାକୁ ପୁଣି ଆରମ୍ଭ କରିଛନ୍ତି।
Follow Us