ନିଜର ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ବ୍ୟାଣ୍ଡବାଜା ବଜାଇ ସ୍ୱାଗତ କରିବା ସହ ୨୦ଲକ୍ଷ ଟଙ୍କାର କାର୍‌ କିଣି ସ୍ତ୍ରୀକୁ ଘରକୁ ନେଲେ ସ୍ୱାମୀ

Advertisment
ନିଜର ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ବ୍ୟାଣ୍ଡବାଜା ବଜାଇ ସ୍ୱାଗତ କରିବା ସହ ୨୦ଲକ୍ଷ ଟଙ୍କାର କାର୍‌ କିଣି ସ୍ତ୍ରୀକୁ ଘରକୁ ନେଲେ ସ୍ୱାମୀ

bhaskar.com

ଔରଙ୍ଗାବାଦ୍‌(ମହାରାଷ୍ଟ୍ର): ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଦେଖିବାକୁ ମିଳିଛି ଏକ ଘଟଣା ଯାହା ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ଔରଙ୍ଗାବାଦର ଭୋସ୍‌ଲେ ପରିବାରରେ ଦ୍ୱିତୀୟ ଥର ଶିଶୁ କନ୍ୟା ଜନ୍ମ ନେବା ପରେ ଶିଶୁ କନ୍ୟାର ପିତା କରିଥିବା କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଆଜିକାଲି ଶିଶୁ କନ୍ୟାକୁ ବୋଝ ବୋଲି ଭାବି କିଛି ପରିବାର ଭ୍ରୁଣ ହତ୍ୟା କରିବା ସହ ଝିଅ ଜନ୍ମ ପରେ ତାକୁ ରାସ୍ତା କଡ଼ରେ ଛାଡ଼ି ଦେଉଛନ୍ତି । ଏପରି ପରିସ୍ଥିତିରେ ଭୋସ୍‌ଲେ ପରିବାର କରିଥିବା କାମ ସମସ୍ତଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି । ଶିଶୁ କନ୍ୟାର ପିତା ଦୀପକ ଭୋସ୍‌ଲେ ନିଜ ସ୍ତ୍ରୀ ଶୀତଲ ଏବଂ ଝିଅକୁ ଘରକୁ ନେବା ପାଇଁ ବୁଧବାର ୨୦ଲକ୍ଷ ଟଙ୍କାର କାର୍‌ କିଣିଥିଲେ ବୋଲି ଜଣାପଡ଼ିଛି । ଏହା ଡ଼ାକ୍ତରଖାନା ବାହାରେ ସେମାନଙ୍କୁ କାର୍‌ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ବ୍ୟାଣ୍ଡ ବାଜାର ମଧ୍ୟ ବ୍ୟବସ୍ଥା କରିଥିଲେ ଦୀପକ ।

publive-image Care24

ଦୀପକଙ୍କ କହିବା ଅନୁଯାୟୀ ଝିଅ ଗୋଟିଏ ନୁହେଁ ବରଂ ଦୁଇଟି ପରିବାର ସମ୍ଭାଳିବା ସହ ସମସ୍ତଙ୍କୁ ଖୁସିରେ ରଖିଥାଏ । ମୋର ଦୁଇଟି ଝିଅ ହୋଇଥିବାରୁ ମୁଁ ବହୁତ ଖୁସି । ଭଗବାନ ମୋତେ ମୋ ପୁଣ୍ୟର ଫଳ ଦେଇଛନ୍ତି । ଅନ୍ୟ ପକ୍ଷରେ ଝିଅକୁ ନିଜ ଘରକୁ ନେବା ପାଇଁ ଦୀପକ କରିଥିବା ଯୋଜନା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଥିଲା । ଦୀପକକୁ କୌଣସି ଚାକିରି ମିଳିଥିବାରୁ ସେ ଏପରି କରିଛନ୍ତି ବୋଲି କିଛି ଲୋକ ଭାବୁଥିବା ବେଳେ ପ୍ରକୃତ କଥା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଦୀପକଙ୍କ ଏହି କାମ ଭ୍ରୁଣ ହତ୍ୟା କରୁଥିବା ମାତା-ପିତାମାନଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe