ଦୁଇଜଣ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳିଗଲା ଏକ ବଡ଼ଧରଣର ରେଳ ଦୁର୍ଘଟଣା

ଦୁଇଜଣ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳିଗଲା ଏକ ବଡ଼ଧରଣର ରେଳ ଦୁର୍ଘଟଣା

କୈମୁର: ପଣ୍ଡିତ ଦିନଦୟାଲ ଓ ଗୟା ରେଳ ଡିଭିଜନ୍‌ ମଧ୍ୟରେ ଥିବା ପୁସୋଲି ରେଳ ଷ୍ଟେସନ ନିକଟରେ ଶନିବାର ହାୱଡା-ବିକାନେର ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।

ଟ୍ରେନଟି ଉପଲାଇନରେ ଗାୟା ପଟୁ ପଣ୍ଡିତ ଦିନଦୟାଲ ରେଳ ଜଙ୍କସନ ଆଡ଼କୁ ଯାଉଥିଲା। ଏହି ସମୟରେ ଧାରଣାରେ ତ୍ରୁଟି ଥିବା ଦେଖି ଦୁଇଜଣ ଗ୍ରାମବାସୀ ଲାଲ ଗାମୁଛା ଦେଖାଇ ଟ୍ରେନ ଅଟକାଇବାକୁ ଚେଷ୍ଟା କରିଥିଲେ। ଲାଲ ସଙ୍କେତ ଦେଖି ଲୋକପାଇଲଟ ଆଗକୁ କିଛି ଅସୁବିଧା ଥିବା ସନ୍ଦେହ କରି ଜୁରୁରୀକାଳୀନ ଭାବେ ଟ୍ରେନକୁ ଅଟକାଇ ଦେଇଥିଲେ।

କୁହାଯାଉଛି କି, ପୁସୋଲି ରେଳ ଷ୍ଟେସନରୁ ଏକ କିଲୋମିଟର ପଶ୍ଚିମ କୁଦରା ଥାନା ଅଧୀନସ୍ଥ ଘଟାବ ଗ୍ରାମର ଦୁଇଜଣ ଚାଷୀ ନିଜର ଚାଷ ଜମି ଆଡ଼କୁ ଯାଉଥିଲେ। ଏହି ସମୟରେ ଦୁହିଁଙ୍କ ନଜର ରେଳଧାରଣା ଉପରେ ପଡ଼ିଥିଲା। ଦୁହେଁ ରେଳ ଧାରଣାରେ ଫାଟ ଥିବା ଦେଖି ପୁସୋଲି ଷ୍ଟେସନ ମାଷ୍ଟରକୁ ଖବର ଦେବାକୁ ସ୍ଥିର କରୁଥିବା ବେଳେ ଉପଲାଇନର ସିଗନାଲ ସବୁଜ ହୋଇଯାଇଥିଲା।

କିଛି ସମୟ ମଧ୍ୟରେ ଉକ୍ତ ଧାରଣାରେ ହାୱଡା- ବିକାନେର ଏକ୍ସପ୍ରେସ ଆସି ଯାଇଥିଲା। ଏହି ସମୟରେ ଦୁଇ ଗ୍ରାମବାସୀ କାନ୍ଧରେ ପକାଇଥିବା ଲାଲ ମାଗୁଛା ଲୋକପାଇଲଟଙ୍କୁ ଦେଖାଇ ଟ୍ରେନ ଅଟକାଇବାରେ ସଫଳ ହୋଇଥିଲେ। ଖବର ପାଇ ପିଡବ୍ଲୁଆଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ପୁଣି ଟ୍ରେନଟି ୪୫ମିନିଟ ବିଳମ୍ବରେ ନିଜର ଯାତ୍ରା ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe