ଭାରତରେ ରହିଛି ବିଶ୍ୱର ସବୁଠାରୁ ବଡ଼ ପରିବାର! ଯେଉଁଠି ଗୋଟିଏ କୋଠାରେ ରହନ୍ତି ୧୮୧ ଜଣ ସଦସ୍ୟ

Advertisment
ଭାରତରେ ରହିଛି ବିଶ୍ୱର ସବୁଠାରୁ ବଡ଼ ପରିବାର! ଯେଉଁଠି ଗୋଟିଏ କୋଠାରେ ରହନ୍ତି ୧୮୧ ଜଣ ସଦସ୍ୟ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନ୍ୟ କୌଣସି ଦେଶରେ ନୁହେଁ ବରଂ ଆମ ଦେଶରେ ରହିଛି ବିଶ୍ୱର ସବୁଠାରୁ ବଡ଼ ପରିବାର। ଆଉ ଏହି ପରିବାରରେ ରହୁଛନ୍ତି ୧୮୧ ଜଣ ସଦସ୍ୟ। ସାଧାରଣତଃ ଗୋଟେ ପରିବାରରେ ଅତି ବେଶିରେ ୧୦ ରୁ ୧୫ ଜଣ ରହିଥାନ୍ତି। ଗୋଟେ ଛୋଟ ପରିବାରରେ ଅତି ବେଶିରେ ୫ ଜଣ ଲୋକ ରହୁଥିବା ବେଳେ ଗୋଟେ ବଡ ପରିବାରରେ ୧୦ ରୁ ୧୫ ଜଣ ସଦସ୍ୟ ରହିଥାନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଭାରତରେ ଦିନକୁ ଦିନ ଯୌଥ ପରିବାର ଲୋପ ପାଉଥିବା ବେଳେ ଏଭଳି ଏକ ବଡ଼ ପରିବାର ଗୋଟିଏ କୋଠାରେ ମିଳିମିଶି ଏକାଠି ରହିବା ନିଶ୍ଚିତ ଭାବେ ଗର୍ବର ବିଷୟ।

publive-image

ମିଳିଥିବା ଖବର ଅନୁଯାୟୀ, ମିଜୋରାମର ଏକ ପହାଡି ଅଞ୍ଚଳରେ ଥିବା ବଟବଙ୍ଗ ଗାଁରେ ଏକ ପରିବାର ବାସ କରନ୍ତି। ଏହି ପରିବାରରେ ୧୮୧ ଜଣ ସଦସ୍ୟ ରୁହନ୍ତି। ପରିବାରର ମୁଖିଆ ହେଉଛନ୍ତି ଜିଓନା ଚାନା । ସେ ତାଙ୍କର ୩୯ ଜଣ ପତ୍ନୀ, ୯୪ ଜଣ ପିଲା, ୧୪ ଜଣ ବୋହୁ ଏବଂ ୩୩ ଜଣ ନାତିନାତୁଣିଙ୍କ ସହ ଗୋଟିଏ ଘରେ ରୁହନ୍ତି। ଜିଓନା ତାଙ୍କ ବଡ ପୁଅଙ୍କ ସହ ମିଶି ବଢେଇ କାମ କରନ୍ତି। ବଢେଇ କାମରୁ ଢେର ଟଙ୍କା ରୋଜଗାର କରି ସେ ତାଙ୍କ ପରିବାରର ଭରଣ ପୋଷଣ କରନ୍ତି। କେବଳ ସେତିକି ନୁହେଁ ଜିଓନା ତାଙ୍କ ପରିବାର ପାଇଁ ଏକ ବଡ ମହଲ ନିର୍ମାଣ କରିଛନ୍ତି। ଯେଉଁଥିରେ ପ୍ରାୟ ୧୦୦ଟି ରୁମ ରହିଛି। ଏଥିସହିତ ଗୋଟିଏ ବଡ କିଚେନ ରୁମ ମଧ୍ୟ ରହିଛି। ସବୁଠାରୁ ବଡ କଥା ହେଉଛି ଜିଓନାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକତା ଏବଂ ଭଲପାଇବା ପରିବାରକୁ ପରସ୍ପର ସହ ବାନ୍ଧିକି ରଖିଛି। ପରିବାରରେ ଯାହା କିଛି ବି କାମ ଥାଏ ସମସ୍ତେ ମିଳିମିଶି କାମକୁ ତୁଲାଇଥାନ୍ତି। ଯାହା ଫଳରେ ପରସ୍ପର ମଧ୍ୟରେ ଏକତା ବଜାଇ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe