ଦଶମ ବୋର୍ଡ ପରୀକ୍ଷାରେ ଟପର ହେଲେ ପାନ ଦୋକାନୀଙ୍କ ପୁଅ, ୫୦୦ରୁ ରଖିଲେ ଏତିକି ମାର୍କ

ଦଶମ ବୋର୍ଡ ପରୀକ୍ଷାରେ ଟପର ହେଲେ ପାନ ଦୋକାନୀଙ୍କ ପୁଅ, ୫୦୦ରୁ ରଖିଲେ ଏତିକି ମାର୍କ

ପାଟନା: ଅର୍ଥାଭାବ ସାଜିପାରିଲାନି କଣ୍ଟା। ପରିଶ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ବିହାରର ଜୟନନ୍ଦନ। ପ୍ରାପ୍ତି, ଅପ୍ରାପ୍ତି ନିୟତିର ଖେଳ। ସେଥିପାଇଁ କୁହାଯାଇଛି କର୍ମ କରି ଚାଲ, କର୍ମ ଅନୁସାରେ ଫଳ ଅବଶ୍ୟ ଫଳିବ। ଏବେ ଜୟନନ୍ଦନଙ୍କୁ ତାଙ୍କ କର୍ମର ଫଳ ମିଳିଛି। ବିହାରର ଲଖୀସରାୟ ନିବାସୀ ଜୟନନ୍ଦନ କୁମାର ପଣ୍ଡିତ ଦଶମ ବୋର୍ଡ ପରୀକ୍ଷାରେ ୫୦୦ରୁ ୪୮୪ମାର୍କ ରଖି ରାଜ୍ୟରେ ତୃତୀୟ ରାଙ୍କ ହାସଲ କରିଛନ୍ତି।

ଜୟନନ୍ଦନଙ୍କ ବାପା ବିଜୟ ପଣ୍ଡିତ ଏକ ପାନ ଦୋକାନ ଚଳାଉଥିବା ବେଳେ ମା’ ରଞ୍ଜୁ ଦେବୀ ଜଣେ ଗୃହିଣୀ। ସେହି ଛୋଟ ପାନ ଦୋକାନରୁ ଘର ଚଳାନ୍ତି ବିଜୟ। ଘରର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲେ ବି ବିଜୟ ନିଜ ପୁଅକୁ ପାଠ ପଢ଼ାଇବାରେ କୌଣସି ଅଭାବ ରଖିନଥିଲେ। ଜୟନନ୍ଦନ ମଧ୍ୟ ବୁଝି ସାରିଥିଲେ ଯେ, ଜୀବନରେ କିଛି ହାସଲ କରିବାକୁ ହେଲେ କଠିନ ପରିଶ୍ରମ ଜରୁରୀ। ଏଥିପାଇଁ ସେ କଡ଼ା ପରିଶ୍ରମ କରିବା ଜାରି ରଖିଥିଲେ, ଯାହାର ଫଳ ଏବେ ତାଙ୍କୁ ମିଳିଛି। ତାଙ୍କ ପରିଶ୍ରମ ଆଜି ତାଙ୍କୁ ସମଗ୍ର ରାଜ୍ୟରେ ତୃତୀୟ ରାଙ୍କ ଦେଇଛି।

ଏହି ସଫଳତା ମିଳିବା ପରେ ଜୟନନ୍ଦନ ଏହାର ଶ୍ରେୟ ମାତାପିତା ଓ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ଦେଇଛନ୍ତି। ଏହା ସହ ସେ ଭବିଷ୍ୟତ‌ରେ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା କହିଛନ୍ତି।

ତେବେ ବିହାର ସ୍କୁଲ ଏଗଜାମିନେସନ ବୋର୍ଡ (ବିଏସଇବି) ମାର୍ଚ୍ଚ ୩୧, ୨୦୨୩ ଶୁକ୍ରବାର ଦିନ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ କରିଥିଲା। ଚଳିତ ବର୍ଷ ବିହାରରେ ୮୧.୦୪ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe